ମହେଶ ସାହୁ ହିନ୍ଦୋଳ ବିଜେଡି ବିଧାୟକ ପ୍ରାର୍ଥୀ

ଭୁବନ, ୨୨/୦୪/୨୦୨୪ (ଓଡ଼ିଶା ସମାଚାର)- ସବୁ କଳ୍ପନା, ଜଳ୍ପନା ର ଅବସାନ ଘଟାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେ଼ଙ୍କାନାଳ ଜିଲ୍ଲାର ନିର୍ବିବାଦିୟ,ନିଷ୍କଳଙ୍କ , ଲୋକପ୍ରିୟ ତଥା ଜନତାଙ୍କ ନେତା ମହେଶ ସାହୁ ଙ୍କୁ ହିନ୍ଦୋଳ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ଦିନ ହେଲା ଲାଗି ରହିଥିବା କଳ୍ପନା ର ଅବସାନ ଘଟିଛି। ମହେଶ ଙ୍କୁ ପ୍ରାର୍ଥୀ ଘୋଷଣା ପରେ ସାରା ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି। ମହେଶ ସାହୁ ପୂର୍ବରୁ ତାଳଚେର,ପାଲଲହଡ଼ା ରୁ ବିଧାୟକ ହୋଇଥିଲେ ଓ ୨୦୧୯  ଶେଷ ମୁହୂର୍ତ୍ତରେ ଢେ଼ଙ୍କାନାଳ ସାଂସଦ ପ୍ରାର୍ଥୀ ହୋଇ ବିଜେପି ର ଭେଟରାନ ନେତା ଙ୍କୁ ହରାଇ ବିଜୟୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *