ପ୍ରହରାଜପୁର ଠାରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ଵ

କଟକ ସଦର, ୦୪/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ନମାଜ ପଡିଆ ଠାରେ ଆଜି ବୁଧବାର ଦିନ ବିଜେପିର ଏକ କର୍ମୀ ସମାବେଶ ଓ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କିଶନନଗର ମଣ୍ଡଳ ବିଜେପି ସଭାପତି ଚିତ୍ତରଞ୍ଜନ ସାହୁଙ୍କ ପୈ।ରୋହିତ୍ୟ ଓ ସୁଦାମଵତୀ ମଣ୍ଡଳ ସଭାପତି ରଘୁନାଥ ଚୈଧୁରୀ ଙ୍କ ସଂଯୋଜନା ରେ ଆୟୋଜିତ ସମ୍ମିଳନୀରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଚରଣ ଜେନା, କଟକ ଜିଲ୍ଲା ବିଜେପି ଉପସଭାପତି ସୁରେଶ ଚନ୍ଦ୍ର ଜେନା, ସାଧାରଣ ସଂପାଦକ ଅଶୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ବିଜେପି ସଂଗଠନ କୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

କିଶନନଗର ମାଟିର ପୁଅ ଯୁବ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକ୍ରମ ରେ ଅନୁପ୍ରାଣିତ ହୋଇ ପ୍ରହରାଜପୁର ସରପଂଚ ଅବଦୁଲ ୱ।ହିଦ୍ ଖାଁ(ମୋତି)ଙ୍କ ନେତୃତ୍ଵରେ ୧୧ ଜଣ ୱ।ର୍ଡ ସଭ୍ୟ/ସଭ୍ୟା ଙ୍କ ସମେତ ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ (ଲାକୋ) ଓ ଅନ୍ୟ ଦଳର ବହୁ କର୍ମୀ ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଉତ୍କଳ ବିକାଶ ପରିଷଦ ର ସଭାପତି ପ୍ରଭାତ କୁମାର ସେଠୀ, କ୍ଷିତେନ୍ଦ୍ର ମିତ୍ର, ଲକ୍ଷ୍ମୀଧର ଜେନା, ପ୍ରମୋଦ ସାହୁ (ତଟ), ପ୍ରଦୀପ୍ତ ପ୍ରଧାନ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *