ନିରାକାରପୁର, ୨୨/୦୪/୨୦୨୪ (ଓଡ଼ିଶା ସମାଚାର)- ୨୦୨୪ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ ମତଦାନ ଲାଗି ଖୋର୍ଦ୍ଧ। ଜିଲ୍ଲା ନିରାକାରପୁର ପୁଲିସ ପକ୍ଷରୁ ଆଜି ବିଭିନ୍ନ ଅଂଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର ଛକ, ରାମେଶ୍ବର , ପଦ୍ମପୁର, ଖଜୁରୀପଡ଼ା, ନିରାକାରପୁର, ପାଣ୍ଡବପାଟଣା, କାଶିପୁର ଓ ହରିପୁର ଅଂଚଳରେ ପୁଲିସ ଅଧିକାରୀ, ସିଏପିଏଫ କର୍ମଚାରୀଙ୍କ ସହ ପୁଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିଲେ । ଏହି ଫ୍ଲାଗ ମାର୍ଚ୍ଚରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଏସ ଆଇ ଦିପାଲୀସା ନାୟକ, ଏଏସଆଇ ତପନ କୁମାର ପ୍ରଧାନ, ଶ୍ରୀମତୀ ମଲ୍ଲିକ ଓ ଏଏସଆଇ ଶରତ କୁମାର ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।