ବିଜେଡ଼ି କାର୍ୟ୍ୟାଳୟ ଉଦ୍ଘାଟନ

ଲକ୍ଷ୍ମୀପୁର ୦୬/୦୪/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ନିର୍ବାଚନକୁ ନେଇ ବିଜେଡ଼ି ଦଳ ତରଫରୁ ପ୍ରସ୍ତୁତି ଜୋରଦାର କରାଯାଇଛି।ଏନେଇ ଏବେ ଦଳ ତରଫରୁ ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପକୁ ଭଡ଼ା ଆକାରରେ ନେଇ ବିଜେଡ଼ି କାର୍ୟ୍ୟାଳୟ କରାଯାଇଛି।ଆଜି ଜିଲ୍ଲା ସଭାପତି ଝିନ୍ନ ହିକକା ଙ୍କ ନେତୃତ୍ୱରେ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା ରିବନ ଫିତା କାଟି କାର୍ୟ୍ୟାଳୟର ଶୁଭ ଉଦ୍ଧ୍ଘାଟନ କରିଥିଲେ। ପରେ ହୋମ ଯଜ୍ଞ କରି ପୂଜାର୍ଚ୍ଚନା କରାଯାଇଥିଲା। ବିଜେଡ଼ି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ,କୈଳାସ କୁଲେଶିକା ଜିନ୍ଦାବାଦ,କୌଶଲ୍ୟା ହିକକା ଜିନ୍ଦାବାଦ, ଝିନ୍ନ ହିକକା ଜିନ୍ଦାବାଦ ଧ୍ୱନୀରେ ଅଞ୍ଚଳ କମ୍ପି ଉଠିଥିଲା।ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳୀ ପର୍ୟ୍ୟବେକ୍ଷକ ସୁନିଲ ମହାନ୍ତି,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେଶିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ,ଲ୍ୟାମ୍ପ ନିର୍ଦ୍ଦେଶକ ରାଧେଶ୍ୟାମ ଜାନୀ,ଏସଡିଶି ବ୍ଲକ୍ ସଭାପତି ପାରଦା କୁଲେଶୀକା ଙ୍କ ସମେତ ଚାରୋଟି ବ୍ଲକ୍ ର ବିଜେଡ଼ି ସମର୍ଥିତ ସମସ୍ତ ବର୍ତ୍ତମାନ ଓ ପୂର୍ବତନ ଲୋକ ପ୍ରତିନିଧି,ଶତାଧିକ କର୍ମୀ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।ଏଥି ସହ ଆଗାମୀ ନିର୍ବାଚନ ରଣ ନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିଧାୟକ ଟିକେଟ ପାଇଁ କୈଳାସ କୁଲେଶିକା ଭୁବନେଶ୍ୱର ରେ ଥିବାରୁ ତାଙ୍କ ଅନୁପସ୍ଥିତିକୁ ନେଇ କର୍ମୀଙ୍କ ମହଲରେ ମାୟୁସି ଖେଳି ଜାଇଥିଲା।
କୌଶଲ୍ୟା ହିକକାଙ୍କ ନାମ କୋରାପୁଟ ସାଂସଦ ପ୍ରାର୍ଥୀନୀ ଭାବେ ଘୋଷଣା ହୋଇଥିବା ବେଳେ ବିଧାୟକ ପ୍ରାର୍ଥୀ ଭାବେ କୈଳାସଙ୍କ ନାମ ଘୋଷଣା ହେଉ ବୋଲି କର୍ମୀ ମାନଙ୍କ ମହଲରେ ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ଶ୍ରୀଯୁକ୍ତ କୁଲେଶିକାଙ୍କ ନାମ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା ହେଲେ ବିଧାୟକ ଓ ସାଂସଦ ଙ୍କ ପାଇଁ ପ୍ରଚାର ଜୋରଦାର ହେବ ଓ ଦୁଇଟି ଯାକ ଆସନ ବିଜେଡ଼ି ଅକ୍ତିଆର କରିବ ବୋଲି କର୍ମୀ ମାନେ ଦୃଢୋକ୍ତି ପ୍ରକାଶ କରିଥିଲେ। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ କାହା ନାମ ଘୋଷଣା ହେଉଛି ଓ ଦଳର ଆଗାମୀ ରଣ ନୀତି କଣ ହେଉଛି ତାହା ଦେଖିବାକୁ ବାକି ରହିଲା। ବର୍ତ୍ତମାନ ୧୦୮ଟି ବିଧାନ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା ସରିଯାଇଛି। ବାକି ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନଥିବା ବେଳେ ଭିତିରିଆ କିଛି କେଁ ରହିଥିବା ଜଣା ପଡ଼ିଛି। ଖାସ କରି କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।
ବିଜେଡ଼ି ଦଳର କିଛି ଅସନ୍ତୁଷ୍ଟ ଙ୍କୁ କାଳେ ବିଜେପି ନେଇଯିବ ଭାବି ବିଜେଡ଼ି ଦଳ ତାର ପ୍ରାର୍ଥୀ ଙ୍କ ନାମ ଘୋଷଣା କରୁନି ବୋଲି ଶୁଣିବାକୁ ମିଳିଥିବା ବେଳେ ବିଜେପି ଦଳ ମଧ୍ୟ କାହାରି ନାମ ଘୋଷଣା କରୁନଥିବା ଏଥିରୁ ସଫା ସଫା ଜଣା ପଡ଼ୁଛି।
ବିଜେଡ଼ି ଦଳ ପାଇଁ ଚାରି ଜଣ ଆଶାୟୀ ଜଗି ରହି ଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ତଥା କୈଳାସ ଚନ୍ଦ୍ର କୁଲେଶିକାଙ୍କ ନାମ ସବୁଠୁ ଆଗରେ ଥିବା ଜଣା ପଡ଼ିଛି।ଏହାର ମୁଖ୍ୟ କାରଣ କୈଳାସଙ୍କ ର ଲୋକ ପ୍ରିୟ ବଢ଼ିଛି।ତାଙ୍କର ଲୋକ ସମ୍ପର୍କ ସମସ୍ତିଙ୍କଠୁ ବେଶୀ।ଗତ ୨୦୧୯ ନିର୍ବାଚନରେ ସିଏ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାଥି ହୋଇ ବିଜେଡିର ପ୍ରଭୁ ଜାନିଙ୍କ ଠାରୁ ମାତ୍ର ୨୨୯ ଟି ଭୋଟରେ ପରାଜୟ ହୋଇଥିଲା ବେଳେ ଭୋଟ ବ୍ୟବଧାନ ମଧ୍ୟ ଦୁଇଜଣ ଙ୍କ ମଧ୍ୟରେ ବେଶୀ ନଥିଲା।ହେଲେ ଶ୍ରୀଯୁକ୍ତ ଜାନୀ ଜିତିବା ପରଠୁ ଲକ୍ଷ୍ମୀପୁର ମାଟି ମାଡ଼ି ନଥିଲେ।ଯୋଉଥି ପାଇଁ ତାଙ୍କର ଲୋକ ପ୍ରିୟତା ହ୍ରାସ ପାଉଥିବା ବେଳେ କୈଳାସଙ୍କ ଲୋକ ପ୍ରିୟତା ବଢ଼ି ଚାଲିଛି।ବର୍ତ୍ତମାନ ଚାରୋଟି ବ୍ଲକ୍ ର ଲୋକେ କୈଳାସଙ୍କ ଟିକେଟ ଉପରେ ଆସ୍ଥା ରଖିଛନ୍ତି।ତଥାପି ଦଳର ସୁପ୍ରିମୋ ପ୍ରଭୁ ଓ କୈଳାସ ଙ୍କ ମଧ୍ୟରେ କାହାକୁ ଯୋଗ୍ୟ ବିବେଚିତ କରି ଟିକେଟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *