ସାଂସଦ ଭର୍ତୃହରି ମହତାବ ଙ୍କ ୟୁଟର୍ଣ୍ଣ, -‘ମୋ କଥାକୁ କଦର୍ଥ କରାଯାଇଛି’

କଟକ ସଦର,୧୨/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ବିଜେପି ସରକାରରେ କେତେକ ମନ୍ତ୍ରୀ ଓ ନେତା ବିବାଦୀୟ ଘୋଷଣା କରି ସମାଲୋଚନାର ଶିକାର ପରେ ୟୁଟର୍ଣ୍ଣ ମାରିବା ଚିରାଚରିତ ପ୍ରଥା ହୋଇଥିବା ବେଳେ ଏବେ ଏକାଧିକ ଥର କଟକ ସାଂସଦ ହୋଇଥିବା ସେହି ଦଳର ଅଭିଜ୍ଞ ଭର୍ତୃହରି ମହତାବ ସିଏନଵିଟିକୁ ଉଠାଇ ଦେଵା କହି ପୁଣି ୟୁଟର୍ଣ୍ଣ ମାରିବାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ପ୍ରକାଶ ଯେ ଭର୍ତୃହରି ବିଜେଡ଼ି ସରକାର ସମୟରେ ସାଂସଦ ଥିଲେ। ସେହି ସମୟରେ କଟକରେ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ହୋଇ ଉଦ୍ଘାଟିତ ହୋଇଥିଲା। ସେତେବେଳେ ଭର୍ତୃହରି ବସ୍ ଟର୍ମିନାଲ ଉପରେ ଚୁପ୍ ରହିଥିବା ବେଳେ ଏବେ ବିଜେପି ସାଂସଦ ହେବା ପରେ ମୁହଁ ଖୋଲି ଏଠାରୁ ଉଠାଇ ଦେବାକୁ କହି ଜନସାଧାରଣଙ୍କ ସରଵ୍ୟର ଶୀକାର ହୋଇଛନ୍ତି। ଏହା ଜାଣିବା ପରେ ଭର୍ତୃହରି ୟୁଟର୍ଣ୍ଣ ମାରି କହିଛନ୍ତି ଯେ ‘ମୋ କଥାକୁ କଦର୍ଥ କରାଯାଇଛି,ଉଠାଇ ଦେବାକୁ କହିନାହିଁ ,ଆଉ ନୂଆ ବଡ଼ ଟର୍ଣ୍ଣିନାଲ କରିବାକୁ କହିଛି’। ଭର୍ତୃହରି ଏହା କହିବା ପରେ ପୁଣି ଚର୍ଚ୍ଚାକୁ ଆସିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *