କଟକ ସଦର ବିଜେପି: ପ୍ରାର୍ଥୀ ଜଣେ, ପ୍ରଚାର ଚଳାଇଛନ୍ତି ଆଉଜଣେ, ସମୀକରଣ ବଦଳିବା ସମ୍ଭାବନା !

କଟକ ସଦର ,୧୮/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଜେପିରେ ଏଵେ ବିଚିତ୍ର ସ୍ଥିତି ପରିଲକ୍ଷିତ ହେଉଛି। ଏଠାରୁ ପ୍ରାର୍ଥୀ ହେବାକୁ ଯୋରଦାର ଉଦ୍ୟମ ଚଳାଇଥିବା ରାଜ୍ୟ ପ୍ରବକ୍ତା ଦିଲ୍ଲିପ ମଲ୍ଲିକ ଓ କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା ଙ୍କୁ ପଛରେ ପକାଇ ଦଳ‌ ପ୍ରକାଶ ସେଠୀଙ୍କ ଉପରେ ଆସ୍ଥା ପ୍ରକଟ କରି ବିଧାୟକ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏପରି ସ୍ଥଳେ ଦିଲ୍ଲିପ ମଲ୍ଲିକ ଓ ତାଙ୍କ ସମର୍ଥକମାନେ ଏଵେ ମନ ସ୍ଥିର କରି ପ୍ରକାଶ ଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ପ୍ରଦୀପ କିନ୍ତୁ ନଛୋଡଵନ୍ଧା। ପ୍ରଦୀପ ବେହେରା ଏବେବି ସୁଦ୍ଧା ତାଙ୍କର ସମର୍ଥକମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ସଭାସମିତି କରି ସଂଗଠନକୁ ଦୃଢ କରିବାରେ ଲାଗିପଡିଥିଵା ଜଣାପଡିଛି। ଏହା ପ୍ରାର୍ଥୀ ପତ୍ର ଦାଖଲର ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଦୀପ ଙ୍କ ନିକଟତମ ମହଲରୁ ଜଣାଯାଇଛି। ଏପରି ସ୍ଥିତିରେ ଏଠାରେ ସମୀକରଣ ବଦଳିବା ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେଥିରେ କଟକ ଜିଲ୍ଲା ଵିଜେପି ସଭାପତି ପ୍ରକାଶ ବେହେରା ବିଜେଡ଼ି କୁ ଚାଲିଯିବା ପରେ ଏହି ପଦବୀ ଟି ଖାଲି ପଡ଼ିଛି। ଏପରି ସ୍ଥଳେ ନିର୍ବାଚନ ପରିଚାଳନା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଆଗାମୀ ଦିନରେ ସଦର ବିଜେପି ରାଜନୀତି କେଉଁ ଆଡକୁ ଗତି କରୁଛି ତାକୁ କେବଳ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *