ବଳରାମପୁର ହନୁମାନ ମନ୍ଦିର ରେ ଅଷ୍ଟ ପ୍ରହର ନାମଯଜ୍ଞ, ଯୋଗଦେଲେ ୧୫ ରୁ ଉର୍ଦ୍ଧ୍ଵ ସଂକୀର୍ତ୍ତନ ମଣ୍ଡଳୀ

 ନିଶ୍ଚିନ୍ତକୋଇଲି,୧୮/୦୪/୨୦୨୪(ଓଡିଶା ସମାଚାର /ଅଭୟ ଜେନା) -କଟକ ଜିଲ୍ଲା ନିଶିନ୍ତକୋଇଲି ବ୍ଲକ ଜନାର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ବଳରାମ ପୁର ଠାରେ ଅଷ୍ଟ ପ୍ରହର ବ୍ୟାପୀ ନାମଯଜ୍ଞ ସଂକୀର୍ତ୍ତନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ଏହି ଉତ୍ସବ ପାଇଁ କଟକ, କେନ୍ଦ୍ରାପଡା ଏବଂ ଯାଜପୁର ଭଳି ବିଭିନ୍ନ ଜିଲ୍ଲାରୁ ସଂକୀର୍ତ୍ତନ ମଣ୍ଡଳୀ ଗୁଡିକ ଯୋଗଦେଇଥିଲେ । ଦଳିତ ସମ୍ପ୍ରଦାୟର ଅନେକ ପରିବାର ଏହି ଗାଁ’ରେ ବସବାସ କରିଆସୁଥିବା ବେଳେ, ସେମାନଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ବେଶ ସମୃଦ୍ଧ ।  ଏହି ଅଷ୍ଟପ୍ରହରୀ ନାମ ଯଜ୍ଞକୁ ସବୁ ବର୍ଗର ଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହେବା ଏହି ଅଷ୍ଟ ପ୍ରହର ଉତ୍ସବର ବିଶେଷତ୍ୱ । ରାଗ ରୋଷ ହିଂସା ଦ୍ୱେଷ ସମସ୍ତ ଆସୁରିକ ଶକ୍ତିର ବିନାଶ ସାଙ୍ଗକୁ ସ୍ନେହ ପ୍ରେମ ଭାଇଚାରା,ବିଶ୍ୱାସ ଓ ଅତ୍ମୀୟତା ସୃଷ୍ଟି ପାଇଁ ଉତ୍ସବ ସ୍ଥଳୀରେ ଉପସ୍ଥିତ ହେବା ଦେଖିବାକୁ ମିଳେ । ହରି ହାଟରେ ସମସ୍ତେ ଏକାକାର ହୋଇ ରାଧାକୃଷ୍ଣ ପ୍ରେମ ଲୀଳାର ଅପୂର୍ବ ଶ୍ରଦ୍ଧାପଣରେ ବାନ୍ଧିହୋଇ ଥିଲେ ।  ଭଗବାନ କେବଳ ଭକ୍ତର । କୁହାଯାଏ ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଏହି ଉକ୍ତିର ଯଥାର୍ଥତା ବହନ କରିଆସିଛି  ବଳରାମ ପୁର ଦଳିତ ସାହିର ଅଷ୍ଟ ପ୍ରହର ଉତ୍ସବ  । ଏଥିରେ  ମୂର୍କୁଣ୍ଡି ,ଗୋଠମିରା , ହରିପୁର,ମନିଗଡା, ମାରଡା ,ତିଳଦା, ଜନାର୍ଦ୍ଧନ ପୁର, ଆଦି ବିଭିନ୍ନ ଅଂଚଳରୁ ଶହଶହ ଶ୍ରଦ୍ଧାଳୁ ଏହି ଧର୍ମୀୟ ଉତ୍ସବରେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା   ।

Leave a Reply

Your email address will not be published. Required fields are marked *