ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଦୁଇ ସାଙ୍ଗ ମୃତ

ଭୁବନ, ୧୭/୦୪/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ସାଙ୍ଗ ଙ୍କର ଅକାଳ ବିୟୋଗ ହୋଇଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ମଠକରଗୋଳା ପଞ୍ଚାୟତ ର ଟାଙ୍ଗରପଡ଼ା ଗ୍ରାମର ବଳରାମ ସିଂ (୬୦) ,ତାଙ୍କ ପୁତୁରା ସାଇ ଶାଶ୍ଵତ (୧୦)ଏବଂ ଟାଙ୍ଗରପଡ଼ା ନୂଆସାହି ର ଅଭିମନ୍ୟୁ ନାୟକ ୧୪ ତାରିଖ ରବିବାର ପଣା ସଂକ୍ରାନ୍ତି ରାତି ୮ ଘଟିକା ସମୟରେ ଏକ ବାଇକ୍ ଯୋଗେ ମଠକରଗୋଳା କୁ ମେଳା ଦେଖିବାକୁ ଆସୁଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବାଓଡ଼ି ୦୨ ବିଏ ୫୩୪୧ ନମ୍ବର ବିଶିଷ୍ଟ ଏକ କାର ତାଙ୍କୁ ସାମନାରୁ ଧକା ଦେଇଥିଲା । ଘଟଣା ସ୍ଥଳରେ ବଳରାମ ସିଂ ଙ୍କ ର ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକ ସମସ୍ତ ଆହତଙ୍କୁ ଉଦ୍ଧାର କରି କାମାକ୍ଷା ନଗର ଡାକ୍ତଖାନାରେ ଭର୍ତ୍ତି କରିଥିଲେ । ବଳରାମ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଅଭିମନ୍ୟୁ ନାୟକ ଏବଂ ନାବାଳକ ସାଇ ଶାଶ୍ଵତ ଙ୍କୁ କଟକ ପଠାଇଥିଲେ । ଅଭିମନ୍ୟୁ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ସୋମବାର ଭୋର୍ ସାଢେ଼ ୪ ଘଟିକା ସମୟରେ ମୃତ୍ୟୁ ବରଣ କରିଥିଲେ। ମୃତ ବଳରାମ ସିଂ ଙ୍କ ପୁତୁରା ସାଇ ଶାଶ୍ଵତ ସିଂ ଏବେ କଟକ ଅଶ୍ୱିନୀ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ,କାମାକ୍ଷା ନଗରନଗର ପାଳ ଧର୍ମାନନ୍ଦ ପରିଡ଼ା,ପୂର୍ବତନ ସରପଞ୍ଚ ଅଭିମନ୍ୟୁ ବେହେରା,ନିରଞ୍ଜନ ବେହେରା,ଭୁବନ ବ୍ଲକ ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଟାଙ୍ଗରପଡ଼ା ଗ୍ରାମରେ ପହଞ୍ଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *