ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଜଗତପୁର/ସାଲେପୁର, ୦୮/୦୨/୨୦୨୬ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଜି ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଅଂଚଳର ପ୍ରାୟ ୨୦୦୦୦ ଭକ୍ତଙ୍କ ସମାଗମ ହୋଇଥଲା। ନବଦିନ ବ୍ୟାପି ଏହି ଯଜ୍ଞ ଅନୁଷ୍ଠାନରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହିତ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ କଳା ପରିଷଦ ଦୁଇ ରାତ୍ରି ନାଟକ ପରିବେଷଣ କରିଥିଲେ।

ଯଜ୍ଞ କମିଟିର ସଭାପତି ଶ୍ରୀ ରଶ୍ମିରଂଜନ ପଣ୍ଡାଙ୍କ ତତ୍ୱାବଧାନରେ ଯାତ୍ରାଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଦୀପକ ପାଣିଗ୍ରାହୀ, ପ୍ରିୟରଞ୍ଜନ ପଣ୍ଡା, ସତ୍ୟ ପ୍ରକାଶ ଦୀକ୍ଷିତ, ପ୍ରତ୍ୟୁଷ ଦାଶ, ରଞ୍ଜନ ସାହୁ, ପ୍ରଭାତ ପାଣିଗ୍ରାହୀ, ଶିବାନନ୍ଦ ସାମଲ, ପୂର୍ବତନ ଟ୍ରଷ୍ଟି ଧ୍ରୁବ ଚରଣ ବେହେରା ଓ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ରମେଶ ପାତ୍ର ଓ ପ୍ରଭାକର ନାୟକ ସହ କମିଟିର ସଦସ୍ୟ ମାନେ ସୁ ପରିଚାଳନାରେ ସହଯୋଗ କରିଥିଲେ।

ଜଗତପୁର ଥାନାଅଧିକାରୀ ପ୍ରଶାନ୍ତ କୁମାର ଶାସମଲ, ବିଡ଼ିଓ ସାଲେପୁର ଲୋପାମୁଦ୍ରା ନାୟକ, ବିଜେପି କଟକ ଗ୍ରାମୀଣ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, ଉପସଭାପତି ପ୍ରଫୁଲ ସ୍ୱାଇଁ, କଟକ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ,କଟକ ସଦର ତହସିଲଦାର ଓ ସାଲେପୁର ତହସିଲଦାର ଜୟନ୍ତ କୁମାର ଜୟସିଂହ ପ୍ରମୁଖ ଯଜ୍ଞରେ ଯୋଗଦାନ ପୂର୍ବକ ପ୍ରଭୁକୃପା ଲାଭକରିଥିଲେ। ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

 

Leave a Reply

Your email address will not be published. Required fields are marked *