ନିରାକାରପୁର, ୧୭/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ବାସନ୍ତୀକ ଚୈତ୍ର ନବରାତ୍ରର ନବମ ଦିବସରେ ସିଦ୍ଧିଦାତ୍ରୀ ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ମହାପ୍ରସାଦ ମା’ଙ୍କୁ ଅର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଛି। ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଓ ପଣ୍ଡିତ ତପନ କୁମାର ମହାପାତ୍ର , ବିଷ୍ଣୂପ୍ରୀୟା ପଟ୍ଟଯୋଷୀ ସହଯୋଗ କରିଥିଲେ ଏହି ଅବସରରେ ତ୍ରିଦିବସୀୟ ଯଜ୍ଞର ପୂର୍ଣ୍ଣାହୁତି ଶିକ୍ଷାବିତ୍ ଡଃ ସୁବାସ ଚନ୍ଦ୍ର ନାୟକ କରିଥିଲେ ଓ ଡଃ ଧରଣୀଧର ପାଣ୍ଡବଙ୍କ ସପରିବାର ଅଂଶଗ୍ରହଣ କରିଥିଲେ ଏବଂ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା’ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।
ବାସନ୍ତୀକ ନବରାତ୍ରର ନବମ ଦିବସରେ ସିଦ୍ଧିଦାତ୍ରୀ ବେଶରେ ମା ବନଦୁର୍ଗା।
