ଗଜପତିରେ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରି ମାଆ ଗୃହକୁ ଅଣାଗଲା

 ପାରଳାଖେମୁଣ୍ଡି,୨୭/୧୦/୨୦୨୫ (ଓଡ଼ିଶା ସମାଚାର /ତାରିଣୀ ପ୍ରସାଦ ପଣ୍ଡା ): ସାମୁଦ୍ରିକ ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଜଣେ ଗର୍ଭବତୀ ମହିଳାଙ୍କୁ ବୋଟ ସହାୟତାରେ ନଦୀ ପାର କରାଇ ମା ଗୃହକୁ ଆଣିଛି ଜିଲ୍ଲା ପ୍ରଶାସନ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ପୁରୁଣାପାଣି ପଂଚାୟତ ବାଦପୂର୍ ଗ୍ରାମରେ ।

ବାତ୍ୟା ପୂର୍ବରୁ ଗର୍ଭବତୀ ମାଆ ମାନଙ୍କୁ ମାଁ ଗୃହରେ ଥଇଥାନ କରାଯାଉଥିବା ବେଳେ ଗାଁର ସୁନୀତା ଦଳାଇଙ୍କୁ ସ୍ଥାନୀୟ ଆଶା କର୍ମୀ ନଦୀ ପାର କରାଇ ମାଁ ଗୃହକକୁ ଆଣିବାରେ ସମସ୍ୟା ହୋଇଥିଲା । ଫଳରେ  ଆର ଉଦୟଗିରି ବ୍ଲକ ପ୍ରଶାସନ ପକ୍ଷରୁ ବାଦପୂର୍ ଗାଁର ଗର୍ଭବତୀଙ୍କୁ  ଅଗ୍ନିଶମ ବିଭାଗ ପକ୍ଷରୁ ବୋଟ ମାଧ୍ୟମରେ  ସୁରକ୍ଷିତ ଭାବେ ଉଦ୍ଧାର କରି ମା ଗୃହରେ ଆଶ୍ରୟ ଦିଆଗଲା ।

Leave a Reply

Your email address will not be published. Required fields are marked *