ଉଚ୍ଚ ମାଧ୍ୟମିକ ପରିଷଦ ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସଭା

ଭୁବନେଶ୍ୱର, ୧୦/୧୧/୨୦୨୪ (ଓଡ଼ିଶା ସମାଚାର)- ଉଚ୍ଚ ମାଧ୍ୟମିକ ପରିଷଦ ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଦିଆଯାଇଥିବା ଇସ୍ତାହାର ଅନୁଯାୟୀ ସଭାକାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏହି ସଭାରେ ଦୀର୍ଘଦିନ ଧରି ରହି ଆସିଥିବା ପୂର୍ବତନ କର୍ମକର୍ତା ଯଥା ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ସମିତିର କାର୍ଯ୍ୟକାଳ ସରିଯାଇଥିବାରୁ ତଥା ପୂର୍ବତନ କୋଷାଧ୍ୟକ୍ଷ ଶ୍ରୀ ନିରଞ୍ଜନ ପୃଷ୍ଟିଙ୍କର ଅକାଳ ବିୟୋଗ ହେତୁ ଦୁଇମାସ ଧରି କୌଣସି ସାଧାରଣ ସଭା ପୂର୍ବତନ କର୍ମକର୍ତାଙ୍କ ଦ୍ୱାରା ଅନୁଷ୍ଠିତ ନ ହୋଇ ପାରିଥିବାରୁ ତାଙ୍କ ସ୍ଥାନରେ ନୂତନ କର୍ମକର୍ତାମାନଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ସେମାନଙ୍କ ନାମ ଯଥାକ୍ରମେ ଶ୍ରୀ ଜୟନ୍ତ କୁମାର ରଥ (ସଭାପତି, ଶ୍ରୀ ଧୀରେନ୍ ମଲ୍ଲିକ (ଉପସଭାପତି), ଶ୍ରୀ ରବିନ୍ଦ୍ର କୁମାର ନାୟକ (ସମ୍ପାଦକ), ଶ୍ରୀ ଚକ୍ରଧର ଦାସ (ସହ-ସମ୍ପାଦକ), ଶ୍ରୀ ଚକ୍ରଧର ସାହୁ (କୋଷାଧ୍ୟକ୍ଷ) ଏବଂ ୧୩ ଜଣିଆ କାର୍ଯ୍ୟକାରୀ ସମିତି ସହ ୬ ଜଣ ଉପଦେଷ୍ଟା ମଣ୍ଡଳୀଙ୍କୁ ଉପସ୍ଥିତ ସଭ୍ୟ ଓ ସଭ୍ୟମାନଙ୍କ ଦ୍ୱାରା ପ୍ରସ୍ତାବ ପାରିତ ହୋଇ ସମସ୍ତ ସଭ୍ୟଙ୍କ ଅନୁମୋଦନ କ୍ରମେ ବଛା ଯାଇଥିଲା । ଏହା ସହିତ ସଂଘର ପୂର୍ବତନ ସମସ୍ତ କର୍ମକର୍ତା ଓ କାର୍ଯ୍ୟକାରୀ ସମିତିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଥିଲା । ଏବଂ ନୂତନ ଭାବରେ ଚୟନ ହୋଇଥିବା ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ନେଇ ଗାନ୍ଧୀପାର୍କ ଠାରେ ପ୍ରଥମ କାର୍ଯ୍ୟକାରୀ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସମସ୍ତ କର୍ମକର୍ତା ଯଥା ସରକାରୀ କର୍ତୃପକ୍ଷଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *