ବିଶ୍ବ ଜଳାତଙ୍କ ଦିବସ ପାଳିତ ‌

ସାଲେପୁର,୨୮/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ସାଲେପୁର ପ୍ରାଣୀ ଚିକତ୍ସାଳୟ ଆନୁକୂଲ୍ୟରେ ସାଲେପୁର ବ୍ଲକ୍ ର  ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ବିଶ୍ଵ ଜଳାତଙ୍କ ଦିବସ ପାଳିତ ହୋଇ ଯାଇଅଛି। ପ୍ରତି ବର୍ଷ ଭାରତରେ ୨୦ ହଜାର ବ୍ୟକ୍ତି ଏହି ଜଳାତଙ୍କ ରୋଗରେ ମୃତ୍ୟୁବରଣ କରୁଛନ୍ତି, ସଚେତନ ହେଲେ ଏହି ରୋଗର ନିରାକରଣ ହୋଇପାରିବ।ଏହି ରୋଗ ମୁଖ୍ୟତଃ କୁକୁର, ବିଲୁଆ, ନେଉଳ ଆଦି ପ୍ରାଣୀଙ୍କୁ ସଂକ୍ରମଣ କରୁଥିବା ଏକ  ଭୁତାଣୁଜନିତ ରୋଗ|

ଏହି ରୋଗରେ ଆକ୍ରାନ୍ତ ହେଲେ ଲୋକଟିର ମୃତ୍ୟୁ ହେବାର ସମ୍ଭାବନା ଥାଏ। ବୁଲା ପଶୁ ଏବଂ ହିଂସ୍ର ଜୀବଜନ୍ତୁଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ |ଏଭଳି ପଶୁ ପକ୍ଷୀ କାମୁଡ଼ିଲେ ସଙ୍ଗେ ସଙ୍ଗେ କ୍ଷତ ସ୍ଥାନରେ ସାବୁନ ପାଣିରେ ଭଲ ଭାବରେ ଧୋଇ ଦେଇ ଏବଂ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଦିଆଯାଉଥିବା ମାଗଣା ଟିକା କରଣ କରାଇ ନେବା ଜରୁରୀ ।ସମାଜରେ ଏହି  ରୋଗ ନିରାକରଣ କରିବାକୁ ହେଲେ ଜନ ସଚେତନତା ଆବଶ୍ୟକ |

ସାଲେପୁର ଉଚ୍ଚ ବିଦ୍ୟାଳୟ, ବଣହରା ଉଚ୍ଚ ବିଦ୍ୟାଳୟ, ଏକ୍ରାମ ରସୁଲ ବିଦ୍ୟାଳୟ,ମାଣିତ୍ରି ବାଳିକା ଉଚ୍ଚ ବିଦ୍ୟାଳୟ, କଲ୍ୟାଣପୁର ବାଳିକା ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ ବିଦ୍ୟାପୀଠ ବହୁଗ୍ରାମ,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ବୋଇଲୋ,ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ, କାଳିକାପୁର, ସୁରେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦୟପୁର,ଭାତପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଅଛି।ଏହି କାର୍ଯ୍ୟକ୍ରମରେ ସାଲେପୁର ମଣ୍ଡଳ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ଃ ଦିପକ କୁମାର ସେନାପତି,  ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡ଼ଃ ମୌସୁମୀ ତରାଇ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ସତ୍ୟ ସାରଥୀ ସାମନ୍ତରାୟ , ବରିଷ୍ଠ ଶିକ୍ଷକ ବିଷ୍ଣୁ ଚରଣ ମିଶ୍ର, ସାକ ଜ ପ୍ରଫୁଲ୍ଲ ସାହୁ , ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ସାଗର କୁମାର ବାରିକ, ମିହିର କୁମାର ଦାସ, ସମସ୍ତ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ   ଉପସ୍ଥିତ ରହି ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *