ବିଶ୍ଵାସ ସେବୀକା ମହାବିଦ୍ୟାଳୟରେ ବିଶ୍ବ ସ୍ୱାସ୍ଥ୍ୟ ଦିବସ ପାଳନ

ଭୁବନେଶ୍ୱର, ୦୯/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଛତାବର ସ୍ଥିତ ବିଶ୍ଵାସ ସେବିକା ମହାବିଦ୍ୟାଳୟରେ “ବିଶ୍ଵ ସ୍ଵକ୍ଷସ୍ଥ୍ୟ ଦିବସ “ଅବସରରେ “କ୍ୟାରିଅର ଇନ୍ ନର୍ସିଂ ସମ୍ପର୍କରେ ଏକ ଗୁରୁତ୍ୱପର୍ଣ୍ଣ ସେମିନାର ର ଆୟୋଜିତ ହୋଇଯାଇଅଛି । ଅନୁଷ୍ଠାନର ଅଧ୍ୟକ୍ଷ ଡ ପ୍ରଜ୍ଞାନ ରଞ୍ଜନ ଘଡେଇ ଏବଂ ସମ୍ପାଦିକା ଶ୍ରୀମତୀ ନନ୍ଦିନୀ ଘଡେଇଙ୍କ ପରାମର୍ଶରେ ବିଶ୍ଵାସ ସବିକା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସତ୍ୟଭାମା ମିଶ୍ରଙ୍କ ପୂର୍ଣ୍ଣ ସହଯୋଗରେ ସେମିନାର ଆୟୋଜିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସେବାସଂପର୍କରେ ପୋଷ୍ଟର ଉପସ୍ଥାପନା ଏବଂ “ମୋର ସ୍ଵାସ୍ଥ ମୋର ଅଧିକାର” ଉପରେ ଏକଭୂମିକା ନିର୍ବାହ କରାଯାଇଥିଲା । ମୁଖ୍ୟ ଅତିଥି ଡ ପ୍ରଜ୍ଞାନ ରଞ୍ଜନ ଘଡେଇ ଏବଂ ପ୍ରମୁଖ ଅତିଥି ଡ଼ ଏଲ୍ ଏନ ପଣ୍ଡା ଏବଂ ଡ଼ ଅଭୟ କୁମାର ବାହିନୀପତି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସେବା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଥଲେ । ଏହି ଅଧିବେଶନରେ ମୋଟ ୧୫୦ +୨ ପରୀକ୍ଷାର୍ଥୀ ଉତ୍ପାଦନ ସହିତ ଯୋଗ ଦେଇଥିଲେ ଏବଂ କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କୁ ପୂରର୍ଷ୍କାର ବିତରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *