ଦଶରଥପୁର ବ୍ଲକରେ ୬୧୮ ଜଣଙ୍କୁ ବିଏସକେୱାଇ ନବୀନ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ଦଶରଥପୁର , ୧୨/୦୩/୨୦୨୪ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ  ପ୍ରତେକ ପରିବାରକୁ ଉତ୍ତମ ସ୍ୱାସ୍ଥ୍ୟ ସେବା  ଯୋଗେଇ ଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗେଇ ଦେଇଥିବା ବେଳେ  ଯେଉଁ ପରିବାର ଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇବରୁ ବଞ୍ଚିତ ହୋଇଥିଲେ  ସେହି ପରିବାର ଗୁଡିକୁ   ବିଏସକେୱାଇ  ନବିନ କାର୍ଡ଼ରେ ସାମିଲ କରିବାରେ ବ୍ୟବସ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ।  ଏହି  ପରିପ୍ରେକ୍ଷୀରେ ସାରା ଓଡିଶାରେ ମାର୍ଚ୍ଚ ୬ ତାରିଖରୁ  ବିଏସକେୱାଇ  ନବିନ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଥିବା ବେଳେ  ଆଜି  ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ  ବିଏସକେୱାଇ  ନବିନ କାର୍ଡ ବଣ୍ଟନର ଶୁଭାରମ୍ଭ  କରାଯାଇଛି  ।   ଆଜି ଦଶରଥପୁର ବ୍ଲକ ପରିସରରେ ବିଏସକେୱାଇ ନବିନ କାର୍ଡ ବଣ୍ଟନ ପରିପ୍ରେକ୍ଷୀରେ  ଦଶରଥପୁର ବ୍ଲକ ଅଧକ୍ଷ ଦିଗାମ୍ବର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ  ମୁଖ୍ୟ ଅତିଥିଭାବେ ବାଚସ୍ପତିଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଯୋଗଦେଇ  ବିଏସକେୱାଇ ନବିନ କାର୍ଡର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ ବ୍ଲକର ଯୋଗାଣ ଅଧିକାରୀ ତପସ୍ୱିନୀ ରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।  ସେହିପରି ବ୍ଲକର ବିଡ଼ିଓ ଆକାଶ ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ  ।  ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଦଶରଥପୁର ବ୍ଲକର ଉପାଧ୍ୟକ୍ଷା  ଝିଲ୍ଲୀ ମଲ୍ଲିକ, ୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ମନସ୍ଵନି ଦାସ ,୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ପ୍ରମୁଖ ଯୋଗଦେଇ  ବ୍ଲକର ମୋଟ ୬୧୮ ଜଣଙ୍କୁ ବିଏସକେୱାଇ ନବିନ କାର୍ଡ ବଣ୍ଟନ କରିଥିଲେ  ।  ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକର ୩୫ ଗୋଟି ପଞ୍ଚାୟତର ସରପଞ୍ଚ,  ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ  ।   ଆଜିର ଏହି କାର୍ଯ୍ୟକ୍ରମକୁ ଦଶରଥପୁର ବ୍ଲକର ଏବିଡ଼ିଓ ତ୍ରିଲୋଚନ ସେଠି, ସହକାରୀ  ନିର୍ବାହୀ ଯନ୍ତ୍ରୀ ରାହାସ ବିହାରୀ ଜେନା, କନିଷ୍ଠ ଯନ୍ତ୍ରୀ ନିର୍ମଳ କାପ, ବ୍ଲକ ଯୋଗାଣ ଅଧିକାରୀ ତପସ୍ୱିନୀ ରାୟ,  ବ୍ଲକ ଏସଇଓ ସ୍ୱାଧୀନା କ୍ରିଷ୍ଣା ବାଳା  ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନା କରିବାରେ ମୁଖ୍ୟ ଭୂମିକା ତୁଲାଇଥିବାବେଳେ ବ୍ଲକର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *