କେନ୍ଦ୍ରାପଡ଼ା,୦୫/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରମପସଙ୍ଖାୟତର କଚେରୀଡିହ(ତରାପୁର)ସ୍ଥିତ ମା’ଭଗବତୀଙ୍କ ମନ୍ଦିର ନିକଟ ରାସ୍ତା କଡରେ ଥିବା ନଲକୂପଟି ପ୍ରୟ ୬ମସ ହେବ ଅଚଳ ହୋଇପଡିଥିବା ବେଳେ ସେହି ନିକଟରେ ଥିବା ଜଳ ଯୋଗାଣ ପ୍ରକଳ୍ପର ଷ୍ଟାଣ୍ଡଟି ମଧ୍ୟ ଭାଙ୍ଗିରୁଜି ଯାଇଛି । ଫଳରେ ଦୈନନ୍ଦିନ ସେହି ମନ୍ଦିରକୁ ଯାଉଥିବା ଓ ସେହି ବାଟଦେଇ ଯାତାୟତ କରୁଥିବା ଶହ ଶହ ସଂଖ୍ୟାରେ ଲୋକ ପିଇବା ପାଣି ଟୋପେ ପଇଁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏସମ୍ପର୍କରେ ସ୍ଥାନୀୟ ଅଧିବାସୀମାନେ ଚକ୍ରୋଡା ପଂଚୟତର ସରପଂଚ ଓ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଅଦ୍ୟାବଧି ସେହି ସମସ୍ୟାର ନିରାକରଣ ହୋଇପାରିନି । ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଫଳରେ ସେହି ରାସ୍ତା ଦେଇ ଯାଉଥିବ ଯାତ୍ରୀଙ୍କ ସମେତ ମା’ଙ୍କ ମନ୍ଦିରକୁ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁମନେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି । ଏନେଇ ସ୍ଥନୀୟ ଜନସାଧାରଣଙ୍କ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।