ଶିଶୁ ବିଦ୍ୟା ମନ୍ଦିର ରେ ପବିତ୍ର ସରସ୍ୱତୀ ପୂଜା ଅନୁଷ୍ଠିତ

ଖୋର୍ଦ୍ଧା, ୧୪/୨/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) -ନିରାକାରପୁର ପେଟ୍ରୋଲ ପମ୍ପ ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରେ ମହା ଆଡମ୍ବରରେ ସରସ୍ୱତୀ ପୂଜା  ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଗୁରୁଜୀ ରତିକାନ୍ତ ଅବଧାନ ଙ୍କ ତତ୍ବାବଧାନରେ ମା ବାକ୍ ଦେବୀଙ୍କ ପୂଜା କ।ର୍ଯ୍ୟକ୍ରମ ହୋଇଥିଲା। ପୂଜକ ମନୋରଞ୍ଜନ ସାମନ୍ତରାୟ ମା’ଙ୍କ ରୀତିନୀତି ଅନୁଯାୟୀ ସମସ୍ତ କର୍ଯ୍ୟ କରିଥିଲେ। ଛାତ୍ର ଛାତ୍ରୀ ଓ ସ୍କୁଲ ଗୁରୁଜୀ ଗୁରୁମା ଙ୍କ ସହ ସ୍କୁଲ କୁ ଆସିଥିବା କୁନି ଛାତ୍ର ଛାତ୍ରୀ ମାନେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ନୁତନ ଭାବେ ନାମ ଲେଖାଇବା ପାଇଁ ଗୁରୁଜୀ ଙ୍କ ଦ୍ଵାରା ଖଡ଼ି ଛୁଆଁ କର୍ଯ୍ୟକ୍ରମ କରାଯାଇଥିଲା। ସ୍କୁଲ ପରିଚାଳନା କମିଟି ର ସଭାପତି ସୁରେନ୍ଦ୍ର ସାହୁଙ୍କ ପୌରହିତ୍ୟ ଓ ପ୍ରେରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ  ସମସ୍ତ ପୁଜା କାର‌୍ୟ୍ୟ ପରିଚାଳନା କରାଯାଇଥିଲା। ଗୁରୁଜୀ ପ୍ରଭାତ କୁମାର ମିଶ୍ର, ଅନନ୍ତ ବାସୁଦେବ ଦାଶ, ମହେଶ୍ୱର  ତ୍ରିପାଠୀ , ବିଶ୍ଵନାଥ ସଢଙ୍ଗୀ,ଗୁରୁମା ଅନୁଶୟା ମିଶ୍ର , ଲିପିକା ମିଶ୍ର,ସ୍ବତଲିନା ପ୍ରଧାନ,ଝୁନୁଲତା ପରିଡ଼ା , ସରୋସ୍ବୋତୀ ମାନସିଂହ, ସବିତା ପଟନାୟକ, ସଙ୍ଗିତା ରାଉତରାୟ, ଅନୁଯାୟୀ ସାମନ୍ତରାୟ,ମମତା ପଲେଇ ,ନିନୁଲା ଦାସ, ସବିତା ପଟନାୟକ,ସୋପ୍ନା ରାଣୀ ସେନାପତି,ସେବିକା ଇନ୍ଧୁମତି ଦେଇ , ସବିତା ପ୍ରଧାନ, ରଜନୀ ସାମନ୍ତସିଂହାର ପ୍ରମୁଖ ପୁଜା କର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *