କେସିଙ୍ଗା, ୦୫/୦୪/୨୦୨୪ (ଓଡ଼ିଶା ସମାଚାର)- ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ଠାରେ ବ୍ଲକ ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରଦର୍ଶନୀ କରାଯାଇଥିଲା । ଉକ୍ତ ସଭାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ବିଜ୍ଞାନ ସାଧନ କେନ୍ଦ୍ରର ସଂପାଦକ ସମୀର କୁମାର ବେହେରା ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଆନନ୍ଦ କୁମାର ବେହେରା, ବି ଇ ଓ କେସିଙ୍ଗା ବ୍ଲକ ମୁଖ୍ୟ ଅତିଥି ରୂପେଯୋଗଦେଇ ଆଜି ଆମ ପରିବେଶ ରେ ପରିସଂସ୍ଥା ଗୁଡିକରେ ପ୍ରାଣୀ ଓ ବୃକ୍ଷ ମାନଙ୍କର ମହତ୍ତ୍ଵ ବିଷୟରେ କହିଥିଲେ। ଶ୍ରୀଯୁକ୍ତ ରବିନ୍ଦ୍ର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ତଥା ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।ସେ ତାଙ୍କ ବକ୍ତବ୍ୟରେ ପ୍ରକଳ୍ପ ସମ୍ବଳିତ ତଥ୍ୟ ସଂଗ୍ରହ,ତାର ଆଲୋଚନା, ପର୍ଯ୍ୟାଲୋଚନା ,ତାର ବ୍ୟବହାର ଇତ୍ୟାଦି ବିଷୟରେ ଅଧିକ ଧାରଣା ଦେଇଥିଲେ।ଶ୍ରୀଯୁକ୍ତ ପ୍ରକାଶ ନିଶାଙ୍କ, ପ୍ରଧାନ ଶିକ୍ଷକ ସରକାରୀ ଜନତା ଉଚ୍ଚ ବିଦ୍ୟାଳୟ ,ସମ୍ମାନିତ ଅତିଥି ତଥା ବିଚାରକ ଭାବେ ଯୋଗ ଦେଇଥିଲେ।ଶ୍ରୀଯୁକ୍ତ ଦୁଷ୍ମନ୍ତ ଶେଖର ପାଢ଼ୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ତଥା ବିଚାରକ ରୂପେ ଯୋଗଦେଇ ଥିଲେ। କେସିଙ୍ଗା ବ୍ଲକ ଓଷ୍ଟା ସଭାପତି ଶ୍ରୀ ଅଭୟ କୁମାର ଦେବତା ଉକ୍ତ କାର୍ଯ୍ୟ କ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ବିଜ୍ଞାନ ଭିତ୍ତିକ ପ୍ରଦର୍ଶନୀରେ ମୋଟ ସାତଟି ସ୍କୁଲ ସେମାନଙ୍କ ସର୍ବେକ୍ଷଣ ସମ୍ବଳିତ ତଥ୍ୟ ପାଓ୍ବ।ର ପଏଣ୍ଟ ମାଧ୍ୟମରେ ତଥା ପ୍ରକଳ୍ପ ସହ ଉପସ୍ଥାପନ। କରିଥିଲେ। ସମସ୍ତ ପ୍ରତିଯୋଗି ବିଦ୍ୟାଳୟ କୁ ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରତିଯୋଗି ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସଭାପତି ଶ୍ରୀ ସମୀର କୁମାର ବେହେରା କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଶ୍ରୀ ପ୍ରକାଶ ନିଶାଙ୍କ ଏହି କାର୍ଯ୍ୟକ୍ରମର ବିଶେଷତ୍ତ୍ଵ ବୁଝାଇଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ବର୍ତ୍ତମାନ ସମୟରେ ବୈଜ୍ଞାନିକ ଦୃଷ୍ଟି କୋଣ ଏବଂ ଆବିଷ୍କାର ମନୋବୃତ୍ତି ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଶେଷରେ ହେମନ୍ତ କୁମାର ବାଗ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ଶ୍ରୀ ନୃସିଂହ ଯୋଶୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।