ଭାରତୀୟ ମଜଦୁର ସଂଘର ରାଜ୍ୟସ୍ତରୀୟ କର୍ମଶାଳା

ନିରାକାରପୁର,୮/୭/୨୦୨୪ (ଓଡ଼ିଶା ସମାଚାର)- ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୦୩ତମ ବର୍ଷ ପୁର୍ତୀ ପାଳନ ଅବସରେରେ ତାଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ଓ ଶ୍ରମିକ ମାନଙ୍କ ନାଯ୍ୟ ହାସଲ ପାଇଁ କାର୍ଯ୍ୟକରୁଥିବା ଭାରତୀୟ ମଜୁଦୁର ସେଲର ରଜ୍ୟସ୍ତରୀୟ କର୍ମଶାଳା ଖୋର୍ଦ୍ଧାଜିଲା ଗୋଳବାଇ ଛକ ନିକଟ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜିଦୁର ସେଲର ରଜ୍ୟ କାର୍ଯ୍ୟ ନିର୍ବାହୀ ଜ୍ଞାନରଞ୍ଜନ ଦାଶ୍ ଙ୍କ ସଂଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜୁଦୁର ସେଲର ସର୍ବଭାରତୀୟ ଉପଦେଷ୍ଠା ବିଶ୍ୱପ୍ରିୟ ରାୟ ଚଉଧରୀ, ରାଷ୍ଟ୍ରିୟ ଅଧ୍ୟକ୍ଷ ଅନନ୍ତ ଚାଟାର୍ଜୀ,ଭାରତୀୟ ମଜୁଦୁର ସେଲର ରାଜ୍ୟ ସଭାପତି ମାନସ ରଞ୍ଜନ ବେହେରା ବେହେରା,ଉପସଭାପତି ସୌମ୍ୟରଞ୍ଜନ ମହାପାତ୍ର,ରାଜ୍ୟ ସଂପାଦକ ରଜନୀକାନ୍ତ ଜଗଦେବ, ଜିଲା ସଭାପତି ଲଲାଟ କେଶୋରୀ ପାଟ୍ଟାଶାଣୀ,ପ୍ରମୁଖ ଯୋଗଦେଇ ଡ. ମୁଖାର୍ଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଦେଶର ମେରୁଦଣ୍ଡ ଶ୍ରମିକ ମାନେ ସଦାସର୍ବଦା ଅବହେଳାର ଶିକାର ହେବା ସହ ତାଙ୍କ ଜୀବନ ଶୈଳୀରେ କୈାଣସି ପରିବର୍ତନ ହେଉନଥିବା ଅତିଥି ଗଣ ମତବ୍ୟକ୍ତ କରିଥିଲେ । ସଦାବେଳ ଶ୍ରମିକ ମାନେ ଶୋଷଣର ଶିକାର ହେବା ସହ କୋଟିପତି କମ୍ପାନୀ ମାନଙ୍କ ପାଖରେ ଅବହେଳାର ଶିକାର ହେଉଛନ୍ତି । ବର୍ତମାନ ସମୟ ଆସିଛି ଭାରତୀୟ ମଜୁଦୁର ସେଲ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହିତ ଶ୍ରମିକ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚରାକୁ ସଂଗଠନ ମାଧ୍ୟମରେ ବିରୋଧ କରାଯାଇ ଉଚିତ ନ୍ୟାୟ ପ୍ରଦାନ କରାଯିବ । ତେଣୁ ଶ୍ରମିକ ମାନଙ୍କୁ ଏକତ୍ରିତ କରି କାର୍ଯ୍ୟ କରାଯିବ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ଜିଲା ସହସଂପାଦକ ମହେନ୍ଦ୍ର କୁମାର ଗୁମାନସିଂହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅଂଚଳର ବିଭିନ୍ନ ଶ୍ରମିକ ସଂଗଠନ ସମାଜସେବୀ ବୁଦ୍ଧିଜୀବି ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *