ସାଲେପୁର ରୁ ବି ଜେ ଡି ପ୍ରାର୍ଥୀ ହେଲେ ପ୍ରଶାନ୍ତ ବେହେରା, ସମର୍ଥକ ଙ୍କ ମଧ୍ୟରେ ଆନନ୍ଦ 

ସାଲେପୁର,୦୫/୦୪/୨୦୨୪(ଓଡିଶା ସମାଚାର /ଅଭୟ ଜେନା)- ସାଲେପୁର ନିର୍ବାଚନ ମଣ୍ଡଳୀରେ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ପୁନର୍ବାର ବି ଜେ ଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ତାଲିକାରେ ସାଲେପୁର ବିଧାନସଭା ନିମନ୍ତେ ପୁନର୍ବାର ପ୍ରଶାନ୍ତ ବେହେରା ଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ଆସନ ନିମନ୍ତେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା ପ୍ରାର୍ଥୀ ହୋଇପାରନ୍ତି କଳ୍ପନାଜଳ୍ପନା ଲାଗି ରହିଥିଲା । ପ୍ରକାଶ ନିକଟରେ ବିଜେପି ଛାଡି ବିଜେଡି ରେ ଯୋଗ ଦେଇଛନ୍ତି । ପ୍ରକାଶ ବେହେରା  ଙ୍କୁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ପ୍ରତାପ ଜେନା ଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତ ଜେନା ଙ୍କୁ ଦଳ ପ୍ରାର୍ଥୀ କରିଛି । ଏବେ ପ୍ରଶାନ୍ତ ବେହେରା ପ୍ରାର୍ଥୀ ହେବାଦ୍ବାରା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଙ୍କ ପାଇଁ ଲଢେଇ ରେ ସହାୟକ ହେବବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *