କଟକ ସଦର,୨୪/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଶିକ୍ଷା ବିକାଶ ସମିତି, ଓଡ଼ିଶା ପକ୍ଷରୁ ବିଭାଗ ଓ ସମ୍ଭାଗ ସ୍ତରୀୟ ତିନି ଦିନିଆ ଜ୍ଞାନ ବିଜ୍ଞାନ ମେଳା-୨୦୨୫ କଟକ ବିଭାଗ ଉତ୍ତର ପୂର୍ବ ସମ୍ଭାଗ ର କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇ ଆଜି ରବିବାର ଦିନ ଉଦଯାପିତ ହୋଇଯାଇଛି।

ଏହି ଉପଲକ୍ଷେ ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ସାଧୁ ଚରଣ ଜେନା ଙ୍କ ପୈ।ରୋହିତ୍ୟ ଓ ପ୍ରଧାନ ଆଚାର୍ଯ୍ୟ ପ୍ରଭାକର ବେହେରା ଙ୍କ ସଂଯୋଜନା ରେ ଆୟୋଜିତ ଉଦଯାପନ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରି ବିଜ୍ଞାନର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ର ମୂଖ୍ୟ ଉପଦେଷ୍ଟା ହୃଷିକେଶ ଜେନା, ସଂପାଦକ ରାଧାକୃଷ୍ଣ ସ୍ୱ।ଇଁ, ଉତ୍ତର ପୂର୍ବ ସମ୍ଭାଗର ସଂପାଦକ ମହେନ୍ଦ୍ର କୁମାର ଘଡ଼ାଇ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ମେଳାରେ କଟକ, ଯାଜପୁର ଓ କେନ୍ଦ୍ରାପଡା ଜିଲାର ୧୦୦ ଗୋଟି ଶିଶୁ ବିଦ୍ୟାମନ୍ଦିରର ୧୪୯ ଜଣ ଛାତ୍ରଛାତ୍ରୀ ଭାଗନେଇଥିବା ବେଳେ ବିଭିନ୍ନ ବର୍ଗରେ କୃତିତ୍ଵ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ,ଗୁରୁମାଙ୍କ ସମେତ ପରିଚାଳନା ସମିତି ର ଉପସଭାପତି ସଂଯୁକ୍ତା ମହାରଣା,ସହ ସଂପାଦକ ଗୈ।ରାଙ୍ଗ ଚରଣ ତରାଇ, କୋଷାଧ୍ୟକ୍ଷ ପ୍ରଭାତ ମଲିକ ପ୍ରମୁଖ ସହାୟତା କରିଥିଲେ।
