ଯାଜପୁର,୨୦/୦୩/୨୦୨୪ (ଓଡ଼ିଶା ସମାଚାର)- ଚଳିତ ସାଧାରଣ ନିର୍ବାଚନ ପାଇଁ ବରୀ ରେ ବିଭିନ୍ନ ଦଳ ର ପ୍ରାର୍ଥୀ ସଜବାଜ ହେଉଥିବା ବେଳେ ବରୀ ପଂଚାୟତ ସମିତି ସଭ୍ୟ ସଂଜୀବ ଜେନା ମଧ୍ୟ ବିଜେଡି ଟିକେଟ ଆଶୟିଥିବା ଶୁଣିବାକୁ ମିଳୁଛି । ଏ ନେଇ ଶ୍ରୀ ଜେନା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ସଭା ସମିତି ଆୟୋଜନ କରି ନିଜ ସଙ୍ଗଠନ କୁ ମଜବୁତ୍ କରିବାରେ ଲାଗିପଡିଛନ୍ତି । ଶ୍ରୀ ଜେନା ପୁରୁଣା ଅଲୋଡା ବିଜେଡି କର୍ମୀ ଙ୍କୁ ଏକତ୍ର କରି ସେମାନଙ୍କୁ ବିଭିନ୍ନ ସଭାରେ ବସାଇ ବରୀ ବାସୀଙ୍କ ପ୍ରିୟ ଭାଜନ ମଧ୍ୟ ହୋଇ ପାରିଛନ୍ତି । ବରୀ ବିଜେଡି ର ପୂର୍ବତନ ବ୍ଲକ ସଭାପତି ତଥା ବରୀ ଚାଣକ୍ୟ ସେକ ସାଫିଉଦ୍ଦିନ , ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା ସଂଜୀବ ଙ୍କ ସମର୍ଥନରେ ରହି ତାଙ୍କୁ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯଦି ପ୍ରାର୍ଥୀ ରୂପେ ସେବା କରିବାର ସୁଯୋଗ ଦିଅନ୍ତେ ଆଗାମୀ ଦିନରେ ବରୀ ରେ ବ୍ୟାପକ ଉନ୍ନତି ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ସଂଜୀବ ଙ୍କ କହିବା ଅନୁଯାୟୀ ସେ କେବଳ ବରୀ ପାଇଁ ଚିନ୍ତା କରୁଛନ୍ତି । ଏଯାବତ୍ ବରୀ ରେ ଭଲ ମେଡିକାଲ ଟିଏ ନାହିଁ ,ଗମନାଗମନ ସୁବିଧା ମଧ୍ୟ ନାହିଁ , ଏବେକାର ବିଧାୟିକା ସେଭଳି ଉନ୍ନତି ମୁଳକ କାମ କରୁଥିବାର ନଜର ମଧ୍ୟ ନାହିଁ ଯାହାକି ତାଙ୍କୁ ବ୍ୟଥିତ କରାଉଛି ଓ ସେ ଲୋକଙ୍କ ପାଇଁ ଏହି କାର୍ୟ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି । ଯଦି ଦଳ ତାଙ୍କୁ ସୁଯୋଗ ଦିଏ ସେ ନିଶ୍ଚୟ ଦଳ ପାଇଁ ଆନୁଗତ୍ୟ ଦେଖାଇବା ସହ ବରୀ ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀ ଭାବେ ଗଢି ତୋଳିବେ ଯାହାକି ପ୍ରତିଶ୍ରୁତି ନୁହଁ ବରଂ ଈଶ୍ବରଙ୍କ ନିକଟରେ ବଜ୍ର ଶପଥ ନେଇଥିବା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ଶ୍ରୀ ଜେନା ଯୁବ ଗୋଷ୍ଠୀ ଙ୍କ ସହ ପ୍ରତିଦିନ ଯୋଗାଯୋଗ କରି ସଂଗଠନକୁ ମଜବୁତ୍ କରୁଛନ୍ତି ଓ ଯୁବ ଗୋଷ୍ଠୀ ତାଙ୍କ ସହ ଅଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି। ଦେଖାଯାଉ ଆଗାମୀ ଦିନରେ ବରୀ ପାଇଁ ଦଳ କାହା ମୁଣ୍ଡରେ ସୁନା କଳସି ଧରେଇ ଶଙ୍ଖ ବାଜାଇବାରେ ସକ୍ଷମ ହେଉଛି ।