କଟକ ସଦର ଓ ବାରବାଟି-କଟକରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

କଟକ ସଦର ,୧୧/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ତେଲେଙ୍ଗା ପେଣ୍ଠ ଠାରୁ ଆମଣ ପର୍ଯ୍ୟନ୍ତ ଆଜି ରବିବାର ଦିନ ପୂର୍ଵବତନବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କ ନେତୃତ୍ବରେ ବିଜେଡିର ଏକ ବଡ଼ ଧରଣର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ସମେତ ଶତାଧିକ ନେତୃମଣ୍ଡଳୀ ଓ କର୍ମୀ ସାମିଲ ହୋଇଥିଲେ। ଏହି ଅବସରରେ ଚନ୍ଦ୍ର ସାରଥି ବର୍ତ୍ତମାନର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଉପରେ କଡା ଭାଷାରେ ଵର୍ଷିଥିଵା ଭିଡିଓ ଭାଇରାଲ ହେବାରେ ଲାଗିଛି।

ସେହିପରି ଆଜି ବାରବାଟୀ-କଟକର ସିଡିଏ ଆଇ ହସ୍ପିଟାଲ ଠାରୁ ଜୟପ୍ରକାଶ ନାରାୟଣ ପାର୍କ ପର୍ଯ୍ୟନ୍ତ ସିଏମସି ମେୟର ସୁବାସ ସିଂହ ଙ୍କ ନେତୃତ୍ଵରେ ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ନଗର ଜିଲ୍ଲା ବିଜେଡ଼ି ସଭାପତି ସ୍ୱଦେଶ ଦାସ, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ସମେତ ବହୁ ପଦାଧିକାରୀ ଓ କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *