ପୂର୍ବତନ ବିଧାୟକଙ୍କୁ ସୈ।ଜନ୍ୟ ମୂଳକ ସାକ୍ଷାତ କଲେ ବିଜେଡ଼ି କର୍ମୀ

କଟକ ସଦର ,୨୧/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନ ମଣ୍ଡଳୀରୁ ଲଗାତାର ଦୁଇଥର ବିଜେଡ଼ିର ବିଧାୟକ ଥାଇ ତୃତୀୟ ଥର ପାଇଁ ଚଳିତ ନିର୍ବାଚନରେ ହାରିଯିଵା ପରେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ କିଛି ଛାମୁଆଁ କର୍ମୀ ଓ ନେତା ଭୁବନେଶ୍ଵର ବାସଭବନରେ ସୈ।ଜନ୍ୟ ମୂଳକ ସାକ୍ଷାତ କରି ସମବେଦନା ଜଣାଇଛନ୍ତି। ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ କାମ କରିବାକୁ ଚନ୍ଦ୍ର ସାରଥି ପରାମର୍ଶ ଦେଇଥିବାବେଳେ ହାରିବାର କାରଣ ସମ୍ପର୍କରେ ସମୀକ୍ଷା କରାଯିବ ବୋଲି କହିଥିଲେ। ଏଥିରେ ସୋମପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସତ୍ୟ ଜେନା, ଫକିରପଡା ର ପୂର୍ବତନ ସମିତି ସଭ୍ୟ ରଜନୀ କାନ୍ତ ସାହୁ, ସଦର ଆତ୍ମା ର ପୂର୍ବତନ ଅଧ୍ୟକ୍ଷ ସମର ବେହେରା, ଯୁବ ବିଜେଡ଼ି ସଭାପତି ହିମାଂଶୁ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜୀବନ ସାମନ୍ତରାୟ, ପ୍ରହରାଜପୁର ପଞ୍ଚାୟତ ବିଜେଡ଼ି ସଭାପତି ଦେବେନ୍ଦ୍ର ମଲ୍ଲିକ,ନିମେଇଶାପୁର ର ପୂର୍ବତନ ସରପଂଚ ତ୍ରିଲୋଚନ ସ୍ବାଇଁ ପ୍ରମୁଖ ବହୁ କାର୍ୟ୍ୟକର୍ତ୍ତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *