ପୁରୀ, ୦୩/୦୪/୨୦୨୪ (ଓଡ଼ିଶା ସମାଚାର)- ପୁରୀ ଚକ୍ରତୀର୍ଥ ରୋଡ ସମୁଦ୍ରକୂଳ ଥାନା ଅନ୍ତର୍ଗତ ନାରାୟଣ ପ୍ୟାଲେସ,ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଜଣେ ହୋଟେଲ ରୋଷେୟା ଙ୍କ ମୃତଦେହ ମିଳିଛି। ମୃତ ବ୍ୟକ୍ତିଙ୍କ ବେକ କାଟି ବିଭତ୍ସ ଭାବେ ହତ୍ୟା କରାଯାଇଛି। ଚକ୍ରବର୍ତ୍ତୀ ରୋଡ୍ ଲେପ୍ରସି କଲୋନୀ ନିକଟରେ ମୃତ ଦେହ ପଡ଼ି ରହିଛି। ମୃତ ଦେହର ହାତ,ବେକ, ମୁଣ୍ଡରେ କଟାଦାଗ ରହିଛି। ସିଟି ରୋଡ୍ ନିକଟରେ ଯୁବକଙ୍କ ଗଳାକାଟି ହତ୍ୟା କରି ଦୁର୍ବୃତ୍ତ ନଳାରେ ଫିଙ୍ଗି ଦେଇଛନ୍ତି। ଧାରୁଆ ଅସ୍ତ୍ରରେ ଅତି ବିଭତ୍ସ ଭାବେ ତଣ୍ଟି କଟାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ବିକ୍ରମ କେଶରୀ ପ୍ରଧାନ (ବୟସ ୩୦ ବର୍ଷ ) ଏବଂ ଘର ବାଲିଗୁଆଳି ଗ୍ରାମରେ। ହୋଟେଲ ସଫାରି ଇଣ୍ଟର୍ ନ୍ୟାସନାଲରେ ସେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ଘଟଣା ସ୍ଥଳରେ ସମୁଦ୍ରକୂଳ ଥାନା ପୁଲିସ୍ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିଶା କାରବାର ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ସନ୍ଦେହ କରୁଛି।
Odisha Latest News : ହୋଟେଲ ରୋଷେୟା ଙ୍କ ବେକ କାଟି ହତ୍ୟା
