ବାଲିଗୁଡାରେ ୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ; ଢୋଲ ମହୁରୀରେ କମ୍ପୁଛି ଗାଆଁ ଦାଣ୍ଡ 

ବାଲିଗୁଡା,୦୨/୦୪/୨୪: (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହିତ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା । ଗାଆଁ ଦାଣ୍ଡରେ ଢୋଲ,ମହୁରୀ ସହିତ ଭଜ କଳା ରୁଦ୍ରମଣିଙ୍କୁ ଭଜ ହେ ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ଝୁଣାପଣା ମହକରେ ମହକି ଉଠିଛି ପରିବେଶ । ମଧ୍ୟ ରାତ୍ରିରେ ଝୁଣାଦଣ୍ଡ ରେ ଝୁମି ଉଠୁଛନ୍ତି ଦର୍ଶକ । ବାଲିଗୁଡା ସମେତ ଆଖପାଖର କିଛି ଗ୍ରାମରେ ସୋମବାର ରାତ୍ରରୁ ଆରମ୍ଭ ହୋଇଥିବା ବେଳେ ଆଉ କିଛି ଗ୍ରାମରେ ମଙ୍ଗଳବାର ରାତ୍ର ରୁ ଦଣ୍ଡଯାତ୍ରା ଆରମ୍ଭ ହୋଇଛି । ବିଧି ମୁତାବକ ଗ୍ରାମ ଗୁଡିକରେ ମନ୍ଦିର ସକାଳୁ ସକାଳୁ ମନ୍ଦିରରୁ ଠାକୁରଙ୍କୁ ଆବାହନ କରାଯାଇ ଥିବା ପୋଖରୀ ତୁଠରେ ଦଣ୍ଡ ମଧ୍ୟରେ ଠାକୁରଙ୍କୁ ଉଭା କରାଯାଇ ଭୂକ୍ତାମାନେ ନଗର ଭ୍ରମଣ କରିଥିଲେ । ସନ୍ଧ୍ୟା ସମୟରେ ଆଳତି ଅନୁଷ୍ଠିତ ହେବା ସହିତ ମଧ୍ୟ ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।  ଧୂଳିଦଣ୍ଡ ଏବଂ ପାଣିଦଣ୍ଡ ଅନୁଷ୍ଠିତ ହୋଇଥିଲା । ବାଲିଗୁଡା ପୋଲିସ୍  ଯାତ୍ରା ସମୟରେ ହେଉଥିବା ବିଭିନ୍ନ ବିଶୃଙ୍ଖଳା ଉପରେ କଡ଼ା ନଜର ରଖାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *