ହନୁମାନ ଜୟନ୍ତୀ ଉପଲକ୍ଷେ ସହରରେ ପୋଲିସର ଫ୍ଲାଗମାର୍ଚ୍ଚ

କେନ୍ଦ୍ରାପଡ଼ା,୧୩/୦୪/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ାରେ ମଙ୍ଗଳବାର ହନୁମାନ ଜୟନ୍ତୀ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହିତ ବଜରଙ୍ଗ ଦଳ ଓ ହନୁମାନ ଭକ୍ତମାନଙ୍କ ପକ୍ଷରୁ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ୨୦ ହଜାରରୁ ଉଦ୍ଧ୍ୱର୍ ଯୁବକ ସାମିଲ ହେବେ । ତେଣୁ କୌଣସି ଆଇନ୍ ଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ନିମନ୍ତେ ପୋଲିସ ପକ୍ଷରୁ କେନ୍ଦ୍ରାପଡା ସହରରେ ସୋମବାର ସନ୍ଧ୍ୟାରେ ଫ୍ଲାଗମାର୍ଚ୍ଚ କରାଯାଇଛି ।

ଏହି ଫ୍ଲାଗମାର୍ଚ୍ଚ କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡରୁ ବାହାରି ସହର ମଧ୍ୟ ଦେଇ ତିନିମୁହାଣୀ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ଫ୍ଲାଗମାର୍ଚ୍ଚରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ ଦୁଇ ଅତିରିକ୍ତ ଏସ୍ପି, ୮ ଡିଏସପି, ୧୯ ଇନ୍ସପେକ୍ଟର, ୭୩ ସବ ଇନ୍ସପେକ୍ଟର ଓ ଏଏସଆଇ, ୧୫୨ ହାବିଲଦାର ଓ କନଷ୍ଟେବଳ, ୧୫୬ ଗୃହରକ୍ଷୀଙ୍କ ସମେତ ୭ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଥିଲେ । ଏହି ଅବସରରେ ଏସପି ଶ୍ରୀ କଟ୍ଟାରିଆ କହିଛନ୍ତି ହନୁମାନ ଜୟନ୍ତୀ ହେଉଛି ସଦଭାବନାର ଉତ୍ସବ । ଏହାକୁ ସମସ୍ତେ ମିଳିମିଶି ଶାନ୍ତିର ସହ ପାଳନ କରନ୍ତୁ । କେନ୍ଦ୍ରାପଡ଼ା ଏକ ଭାଇଚାରାର ସହର । ଏହି ଭାଇଚାରାକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ସେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *