ତେଜିଲା ମା’ ହସ୍ତୀ ବାହିନୀଙ୍କ ବିଜେସ୍ଥଳୀ ସ୍ଥାନାନ୍ତର ବିବାଦ, ଟ୍ରଷ୍ଟ ବୋର୍ଡ ଗଠନ କେବେ?

କଟକ ସଦର,୦୮/୦୭/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା ରାଜହଂସ ଡିହସାହିର ଅଧିଷ୍ଠାତ୍ରୀ ଦେବୀ ମା’ ହସ୍ତୀ ବାହିନୀ ମନ୍ଦିରକୁ ନେଇ କିଛି ବର୍ଷ ହେଲା ବଂଶାନୁକ୍ରମିକ ସେବାୟତ ଓ କିଛି ବ୍ୟକ୍ତିମାନଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏଵଂ ଏଥିପାଇଁ ୪୧ ଧାରାରେ ମାମଲା ବଳବତ୍ତର ଥିବା ବେଳେ ଏବେ ବିଜେସ୍ଥଳୀ ସ୍ଥାନାନ୍ତରକୁ କେନ୍ଦ୍ର କରି ପୁଣି ଏକ ଵିଵାଦ ତେଜିବାରେ ଲାଗିଛି। ଏଥିପାଇଁ ଗ୍ରାମସଭାରେ ଗ୍ରାମବାସୀମାନେ ଏହି ସ୍ପର୍ଶକାତର ଘଟଣାରେ ଦେବୋତ୍ତର ବିଭାଗର ମନମୁଖୀ ହସ୍ତକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି।

ଖାତା ନମ୍ବର ୫୦୭,ପ୍ଲଟ ନଂ ୧୫୫୮ ଓ ୧୫୫୯ ରେ ଠାକୁରାଣୀଙ୍କ ବିଜେସ୍ଥଳୀ ଓ ମନ୍ଦିର ଅକ୍ଷତ ଥିବା ବେଳେ ମାମଲା ଥିବା ୧୫୫୬ ପ୍ଲଟ ଖାତା ୫୦୭ ଘରଵାରୀ କିସମ ଜମିର ଉତ୍ତର ପଶ୍ଚିମରେ ନୀତି ନିୟମକୁ ଵେଖାତିର କରି ବେଆଇନ୍ ଭାବେ ଏକ ନୂତନ ମନ୍ଦିର ନିର୍ମାଣ କରାଯାଉଥିବା କାହାର ଓ କେଉଁ ସ୍ୱାର୍ଥରେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ଗ୍ରାମବାସୀମାନେ ଏହି ଅଣପାରମ୍ପରିକ ନିଷ୍ପତ୍ତି ପରିବର୍ତ୍ତନ ପାଇଁ ଦେବୋତ୍ତର ବିଭାଗ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ସେହିପରି ଏଠାରେ କାର୍ଯ୍ୟ କରୁଥିବା ଟ୍ରଷ୍ଟ ବୋର୍ଡର କାର୍ଯ୍ୟକାଳ ଗତ ଜୁନ୍ ମାସ ୧୭ ତାରିଖରୁ ସରିଯାଇଥିବା ବେଳେ ଏଥିପ୍ରତି ଦୃଷ୍ଟି ଦିଆନଯିବାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ତୁରନ୍ତ ଟ୍ରଷ୍ଟ ବୋର୍ଡ ଗଠନ କରି ଗ୍ରାମବାସୀ ଓ ସେବାୟତ ମାନଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯାଇ ଠାକୁରାଣୀ ଙ୍କ ମନ୍ଦିରର ବିକାଶ କରାଯାଉ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *