ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଙ୍କୁ ସମ୍ବର୍ଦ୍ଧନା

ଭୁବନ, ୦୨/୦୪/୨୦୨୪ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ସଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଙ୍କୁ ଭୁବନ ରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ଢେ଼ଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ,ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ଏନ୍ ଏ ସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଉପସ୍ଥିତ ରହି ବିଜେଡି ପ୍ରାର୍ଥୀ ଅବିନାଶ ସାମଲ ଙ୍କୁ ବିପୁଳ ଭୋଟ ରେ ବିଜୟୀ କରିବାକୁ ନିବେଦନ କରିଥିଲେ । ସାଂସଦ ପ୍ରାର୍ଥୀ ଶ୍ରୀ ସାମଲ ରାଜନୀତି ରେ ସମ୍ପୂର୍ଣ ନୁଆ ହୋଇଥିଲେ ମଧ୍ୟ ଜନସେବାରେ ପୁରୁଣା ଏବଂ ବିରୋଧୀ ଦଳ ପ୍ରାର୍ଥୀ ଜଣେ ଅଭିଜ୍ଞ ନେତା ହୋଇଥିଲେ ମଧ୍ୟ ବାରମ୍ବାର ପରାଜିତ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶା ବିଶେଷ କରି ଢେ଼ଙ୍କାନାଳ ର ସ୍ବାର୍ଥ ପାଇଁ ସେ ଦିଲ୍ଲୀ ରେ ସ୍ୱର ଉତ୍ତୋଳନ କରିବେ ବୋଲି କହିଥିଲେ । ସ୍ବାଗତ ସମ୍ବର୍ଦ୍ଧନା ରେ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ,ଏନ୍ ଏ ସି କାଉନସିଲର ଙ୍କ ସମେତ ବ୍ଲକ ,ଏନ୍ ଏ ସି ରୁ ପ୍ରାୟ ୧ ହଜାର ରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଶେଷରେ ଏନ୍ ଏ ସି ବିଜେଡ଼ି ସଭାପତି ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *