ମିଡିଆ ଆଲୋଚନା ସଭା ୨୦୨୪ ଆୟୋଜିତ

ରାଉରକେଲା, ୩୦ /୦୩/୨୦୨୪ (ଓଡ଼ିଶା ସମାଚାର)- ମିଡିଆ କ୍ଲବ ଓ ରିମ୍ସ ର ମିଳିତ ଆନୁକୂଲ୍ୟରେ ମିଡ଼ିଆ କନକ୍ଲୀଭ ବା ଆଲୋଚନା ସଭା ଛେଣ୍ଡ ସ୍ଥିତ ରିମ୍ସ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ର ଉପଦେଷ୍ଟା ଡ ପୀତବାସ ମିଶ୍ର ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁନୀଲ କାୟଲ ମୁଖ୍ୟଅତିଥି, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସୁବାସ ପାଣିଗ୍ରାହୀ, ମୁଖ୍ୟ ଆଲୋଚକ ଭାବେ ସ୍ତମ୍ଭକାର ନଳିନୀକାନ୍ତ ଧର, ସମ୍ମାନିତ ଅତିଥି ଭାବେ ରିମ୍ସର ସମ୍ପାଦକ ଆର୍ଯ୍ୟ ପଟ୍ଟନାୟକ, ଆରଏସପି ର ପ୍ରାକ୍ତନ ମହାପ୍ରବନ୍ଧକ ଗୋପୀନାଥ ପଟ୍ଟନାୟକ, ରୀତା ମିଶ୍ର ପ୍ରମୁଖ ଆଲୋଚ୍ୟ ବିଷୟ ‘ସଞ୍ଚାର ବିଦ୍ୟା ମାଧ୍ୟମରେ ବିକାଶ ‘ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ ବିଭିନ୍ନ ଉଦାହରଣ ମାଧ୍ୟମରେ ସଞ୍ଚାର ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା,ଆଲୋଚକ ଶ୍ରୀ ଧର ଶୁଣିବା, ଆତ୍ମବିଶ୍ବାସ ବୃଦ୍ଧି, ସମ୍ପର୍କ ବଢାଇବା, ଦକ୍ଷତା ଉପରେ ଗୁରୁତ୍ୱାରୋପ କରିବା ସହ ସମାଜ ଗଠନରେ ମିଡିଆର ଗୁରୁତ୍ବପୂର୍ଣ୍ଣ ଭୂମିକା, ତଥା ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ ନିଷ୍ଠାପର ସାମ୍ବାଦିକତା ଓ ସାମ୍ବାଦିକଙ୍କ ସାମାଜିକ ପ୍ରତିବଦ୍ଧତା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସହରର କିଛି ସାମ୍ବାଦିକ, ସମାଜସେବୀ ଓ କବି ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ସଚିବ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପ୍ରଧାନ ଓ ସହ ସଚିବ ପ୍ରାଧ୍ୟାପିକା ନେହା କୁମାରୀ ଓଝାଙ୍କ ସମେତ ରିମ୍ସ ଗଣମାଧ୍ୟମ ବିଭାଗର ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କ୍ଲବର ଉପସଭାପତି ନିରଞ୍ଜନ ଦାସ ସ୍ବାଗତ ଭାଷଣ ରଖିଥିଲା ବେଳେ ରିମ୍ସ ର ନିର୍ଦ୍ଦେଶକ ଡ଼ଃ କେ କେ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ସମ୍ବାଦିକ, ସମାଜସେବୀ, ସାଧାରଣ ଜନତା ଉପସ୍ଥିତ ଥିଲାବେଳେ ପ୍ରଛଦପଟରେ ରହି ସର୍ବଶ୍ରୀ ଅକ୍ଷୟ ଧଳ, ଉମେଶ ସିଂ,ମୀରା ଦାସ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *