ଗୁରୁକୁଳ ଉତ୍ସବ : ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକ ବିଭୋର

ଭୁବନେଶ୍ୱର,୩୦/୦୩/୨୦୨୪ (ଓଡ଼ିଶା ସମାଚାର)- ଗୁରୁକୂଳ ଉତ୍ସବ ର ଦ୍ୱିତୀୟ ସନ୍ଦ୍ୟା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟନରୁ ଆରମ୍ଭ ହୋଇ ହାସ୍ୟ ରସାତ୍ମକ ପେଟେଣ୍ଟ ମେଡ଼ିସିନ ନାଟକରେ ଶେଷ ହୋଇଥିଲା। ଏହି ସନ୍ଧ୍ୟା କୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ର ସଚିବ ଶ୍ରୀଯୁକ୍ତ ପ୍ରବୋଧ କୁମାର ରଥ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ବଳନ କରି  ଶୁଭାରମ୍ଭ କରିଥିଲେ। କାର୍ୟ୍ୟକ୍ରମ ଦ୍ବୈତ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗୁରୁ ବିଜୟା ନନ୍ଦ ନାୟକଙ୍କ ଦୁଇ ଶିଶ୍ୟା ସୁଶ୍ରୀ ସୁଭାଷିନୀ ରାଉତ ଏବଂ ନେହା ନିହାରିକା କର ପ୍ରସ୍ତୁତ କରିଥଲେ। ତବଲା ରେ ଗୁରୁ କୃଷ୍ଣ ଚନ୍ଦ୍ର ବରାଳ ସହଯୋଗ କରିଥିଲେ। ପରେ ପରେ ଗୁରୁ ବିଶ୍ବରଂଜନ ନନ୍ଦ ଏବଂ ସାଥୀ କଳାକାରଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଯାହାକି ଗୁରୁ ଧନେଶ୍ଵର ସ୍ୱାଇଁ ସଂଯୋଜନା କରିଥଲେ। ତୃତୀୟ ରେ ଦଳ ଗତ ଓଡ଼ିଶୀ ନୃତ୍ୟ ନାଟିକା ଗ୍ଲାନି ସଂହାର ଜାଗୃତି ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଗୁରୁ ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ଗୁରୁ ତ୍ରିଲୋଚନ ସାହୁ ପରିଚାଳନା କରିଥିଲେ। ଅନ୍ତିମ ପର୍ୟ୍ୟାୟ ରେ ବ୍ୟାସ କବି ଫକୀରମୋହନ ସେନାପତିଙ୍କ ରଚିତ ପେଟେଣ୍ଟ ମେଡ଼ିସିନ ନାଟକ ଶ୍ରୀ ପ୍ରସନ୍ନ କୁମାର ସାମନ୍ତ ଏବଂ ସାଥୀ ଭୁବନେଶ୍ୱର ଙ୍କ ଦ୍ଵାରା ପରିବେଷିତ ହୋଇଥଲା। ଉପସ୍ଥିତ ଦର୍ଶକ ପ୍ରତ୍ୟେକ କାର୍ୟ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ। ଗୁରୁକୂଳ ର ପ୍ରତିଷ୍ଠାତା ଗୁରୁ ରାମହରି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ୟ୍ୟକ୍ରମ ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *