ସତ୍ୟସାଇଙ୍କ ପାଦୁକା ଯାତ୍ରା

ବାଲିଗୁଡା, ୧୭/୮/୨୦୨୪ (ଓଡ଼ିଶା ସମାଚାର)-ସତ୍ୟସାଇ ବାବାଙ୍କ ପାଦୁକା ଯାତ୍ରା ଆଜି ବାଲିଗୁଡାରେ । ଏହି ପାଦୁକା ପ୍ରଶନ୍ତିନିଳୟମ (ପୁର୍ଟପର୍ତି)ରୁ ଗତ ୨୦୨୨ ମସିହା ଗୁରୁପୁର୍ଣ୍ଣିମା ଠାରୁ ଆସିଛି ଓ ସାରା ଓଡିଶା ଏହି ପାଦୁକାକୁ ରଥକରି ପରିଦର୍ଶନ କରାଯାଉଛି । ଗତ ୪ ତାରିଖ କନ୍ଧମାଳ ଜିଲାର ଚକାପାଦର ଶୈବପିଠରୁ ସ୍ୱାଗତ କରି ସାରା ଜିଲା ପରିକ୍ରମା କରାଯାଉଛି । ଜିଲାର ଚାରୋଟି ସମିତି ଫୁଲବାଣି,ରାଇକିଆ,ଦାରିଙ୍ଗବାଡି ଓ ବାଲିଗୁଡା ସମିତି ର କର୍ମକ୍ରତା ମାନେ ଏହି ରଥକୁ ଜିଲାସାରା ଦର୍ଶନ କରୁଛନ୍ତି । ବାଲିଗୁଡା ସମିତିକୁ ଗତ ୧୫ ତାରିଖରୁ ଆସି କ.ନୁଆଗାଁ,ତୁମୁଡିବନ୍ଧ,କୋଟଗଡ ବାଲିଗୁଡାର ସମସ୍ତ ଅଂଚଳକୁ ବୁଲିଛନ୍ତି । କନ୍ଧମାଳ ଜିଲାର ଉପାନ୍ତ ଅଧିବାସୀ ମାନେ ଭଗବାନ ବାବାଙ୍କ ପାଦାମ୍ବୁଜ ଦର୍ଶନ କରି ସୁକ୍ଷ୍ମସ୍ଥିତି ଅନୁଭବ କରୁଛନ୍ତି । ସଂନ୍ଧ୍ୟା ସମୟରେ ଭଜନକିର୍ତନ କରିବା ସହ ବାବାଙ୍କ ଭିଡିଓ ପଦର୍ଶନି କରାଯାଉଛି । ସମସ୍ତ କାର୍ଯ୍ୟକ୍ରମରେ ଜିଲା ସଭାପତି ଡ ମଧୁସୁଦନ ମହାପାତ୍ର, ଜିଲା ସଂଯୋଜିକା ସସ୍ମିତା ପଣ୍ଡା,ସମିତି ଆବାହକ ରାଜେନ୍ଦ୍ର ପାତ୍ର ଓ ଅନ୍ୟ ସାଇଆଶ୍ରିତ ମାନେ ଏଥିରେ ନିୟୋଜିତ ଅଛନ୍ତି ।

Leave a Reply

Your email address will not be published. Required fields are marked *