ବଡକୁଳସ୍ଥିତ ଓଡି ଆର୍ଟ ସେଣ୍ଟର ରେ ନବମ ଚିଲିକା ଅନ୍ତର୍ଜାତୀୟ ଲୋକକଳା ମହୋତ୍ସବ ଶୁଭାରମ୍ଭ.

ବାଲୁଗାଁ, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)- ବାଲୁଗାଁ ବଡକୁଳ ରେ ଥିବା ଚିଲିକା ଓଡି ଆର୍ଟ ସେଲଡକ ଏକ ଆର୍ଟ ମ୍ୟୁଜିଅମ ଯେଉଁଠାରେ ବିଭିର୍ଣ୍ଣ ପ୍ରକାର ର ଲୋକ ଲକା ଓ ଐତିହ୍ୟ ର କଳାକିର୍ତ୍ତୀ ର ନମୁନା ଦେଖିବାକୁ ମିଳେ । ଏହିଠାରେ ବାମ୍ବୁ (ବାଉଁଶ)ରେ ତିଆରି କଟେଜ, ହୋଟେଲ ଦୂର ଦୂରାନ୍ତରୁ ଆସୁଥିବା ପର୍ୟ୍ୟଟକ ଙ୍କୁ ବହୁ ଆକର୍ଷିତ କରୁଅଛି । ଓଡି ଆର୍ଟ ତାର ନବମ ଅନ୍ତରଜାତୀୟ ଲୋକକଳା ମହୋତ୍ସବ ଆଜି ୨୪ /୧୧/୨୩ ରିଖ ରେ ଆରମ୍ଭ କରିଅଛି ।ଏହି ମହୋତ୍ସବ ଦୀର୍ଘ ୫ ଦିନ ଧରି ପାଳନ କରାଯିବ । ଆମ ସାଂସ୍କୃତିକ ବିବିଧତା ର ବିଭିନ୍ନ ଉଜ୍ଜଳ ଦିଗକୁ ଦର୍ଶାଇବା ସହ ଲୋକକଥା ନୃତ୍ୟ, ସଂଗୀତ, ପର୍ବ ପର୍ବାଣି, କଳା କାରିଗରୀ, ଓ ଖାଦ୍ୟ କୁ ଏକ ଭିନ୍ନ ଢଙ୍ଗରେ ପରିବେଷଣ କରି ଜନସାଧାରଣ ଙ୍କୁ ପରିଚିତ କରିବା ପାଇଁ ଏହା ଏକ ପ୍ରୟାସ । ଏହି ମହୋତ୍ସବ ଦେଶ ବିଦେଶ ରୁ ବହୁ ବୁଦ୍ଧିଜୀବୀ, ଶିଳ୍ପୀ, ବୁଣାକାର, କଳାକାର ଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ ଆସୁଛନ୍ତି । ଆଜିର ଉଦଘାଟନୀ ଉତ୍ସବ ରେ ପୁରସ୍କାର ପ୍ରାପ୍ତ ଅନ୍ତର୍ଜାତୀୟ ଫଟୋ ଆର୍ଟିଷ୍ଟ ଶ୍ରୀ ସୁଧୀର ମହାରଣା ଓ ଓଡି ଆର୍ଟ ର ପରିଚାଳକ ଶ୍ରୀ ପ୍ରଶନ ଦାସ ଓ ଶ୍ରୀ ମାନସ ମହାନ୍ତି ପ୍ରଦୀପ ଉଜ୍ୱଳନ କରି କାର୍ୟ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଦେଶ ର ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ, ସୁଦୂର ଦକ୍ଷିଣ କୋରିଆର ଆସିଥିବା କଳାକାର ମାନଙ୍କ ଦ୍ୱାରା ମୁଖାନୃତ୍ୟ ପରିବେଷଣ କରାଯାଇଥିଲା । ଏଥିରେ ପୁରୀ ର ସାହି ଯାତ ଯେଉଁଥିରେ ଦୁର୍ଗା ରୁପ , କାଲି ରୁପ , ରାବଣ ରୁପ, ପର୍ଶୁରାମ ରୁପ ର ଅବିକଳ କଳା ପ୍ରଦର୍ଶିତ ହୋଇଥିଲା ।
ପ୍ରାଚୀନ କଳା, ସଂସ୍କୃତିର ପ୍ରଚାର ପ୍ରସାର ସହ ଯୁବ ପିଢ଼ି ମଧ୍ୟରେ ଏହାକୁ ବଞ୍ଚାଇ ରଖିବା ପ୍ରୟାସ ସହ ଦେଶ ବିଦେଶ ରେ ଏହାର ଲୋକପ୍ରିୟତା ବୃଦ୍ଧି କରିବା ଏହି ମହୋତ୍ସବ ମୁଳ ଲକ୍ଷ୍ୟ ରହିଛି । ଏହି ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଉପଭୋଗ ସାଙ୍ଗକୁ ସଂଗ୍ରହାଳୟକୁ ସର୍ବସାଧାରଣ ପାଇଁ ଦେୟ ମୁକ୍ତ ରଖାଯିବ ବୋଲି ଓଡ଼ିଆର୍ଟ ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *