ମାନ୍ୟବର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଓରସାକ ପରିଦର୍ଶନ

ଭୁବନେଶ୍ୱର, ୧୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ମାନ୍ୟବର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଓଡିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ) ପରିଦର୍ଶନ କରିଛନ୍ତି । ମାନ୍ୟବର ମନ୍ତ୍ରୀ ଓରସାକର ସାଟେଲାଇଟ ସେଣ୍ଟର, ଏଡୁସାଟ ଷ୍ଟୁଡ଼ିଓ, ଗ୍ରାପିକ୍ସ ସେଣ୍ଟର, ଅତ୍ୟାଧୁନିକ ସର୍ଭର, ଲେବୋରେଟୋରୀ ଆଦି ବୁଲି ଦେଖିବା ସହ ଏଡୁସାଟ ଦ୍ୱାରା ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ ଉପରେ ଖୁସି ବ୍ୟକ୍ତ କରିଥିଲେ ।

          ଓରସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଲିଙ୍ଗରାଜ ପଣ୍ଡା କେନ୍ଦ୍ରର କାର୍ଯ୍ୟାବଳି ଓ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।           ମନ୍ତ୍ରୀ ଏହି ଅବସରରେ ସେ ବୈଜ୍ଞାନିକମାନଙ୍କୁ ମହାକାଶ ବିଜ୍ଞାନର ଉପଯୋଗ କରି ରାଜ୍ୟର ବିକାଶ ନିମନ୍ତେ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀଙ୍କର ଏହି ଗସ୍ତ ସମୟରେ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି, ଉପ ଶାସନ ସଚିବ ଉର୍ମିପ୍ରଭା ମହାରଣା, ଓରସାକର ପ୍ରଶାସନିକ ଅଧିକାରୀ ସୋଫି ସାଇନିକା ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *