ସମାଜସେବୀ ସୁନାକର ରାଉତଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ସଂପାଦକ, ପଂଚାୟତ କଂଗ୍ରେସ କମିଟି ସଭାପତି ତଥା ସମାଜସେବୀ ସୁନାକର ରାଉତଙ୍କ ଶୁକ୍ରବାର ତାଙ୍କ ଭରତପୁରସ୍ଥିତ ବାସଭବନରେ ବିୟୋଗ ହୋଇଯାଇଛି । ପ୍ରକାଶ ଥାଉକି ସ୍ୱର୍ଗତ ରାଉତ ଦୀର୍ଘ ୩ ମାସ ହେଲା ରକ୍ତହୀନତା ରୋଗରେ ପିଡିତ ଥିଲେ । ତାଙ୍କ ବିୟୋଗରେ ବିଦ୍ୟାଳୟ ସଭାଗୃହରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷକ ଖଗେଶ୍ୱର ମଲ୍ଲ, ବିଜୟ ରଶ୍ମୀ ମହାପାତ୍ର, ସରୋଜିନୀ ସ୍ୱାଇଁ, ମିନତୀ ସ୍ୱାଇଁ, ପ୍ରଭାତ ନଳିନୀ ଦାସ, ସଂଯୁକ୍ତ ସ୍ୱାଇଁ କର୍ମଚାରୀ ସତ୍ୟପ୍ରିୟ ଦାସ ପ୍ରମୁଖ ସ୍ୱର୍ଗତ ରାଉତଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ରାଉତଙ୍କ ବହୁମୁଖୀ ପ୍ରତିଭା ଏବଂ ବିଦ୍ୟାଳୟ ପାଇଁ ଥିବା ତାଙ୍କର ଅବଦାନ ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସାବିତ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରୀମାନେ ଏବଂ ପରିଚାଳନା କମିଟିର ସଭ୍ୟ, ସଭ୍ୟାମାନେ ଏଥିରେ ଅଂଶ ଗ୍ରହଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *