ନିରାକାରପୁର, ୨୮/୦୩/୨୦୨୪ (ଓଡ଼ିଶା ସମାଚାର)- ଆଗକୁ ଆସୁଛି ଅଶୋକାଷ୍ଟମୀ ରଥ ଯାତ୍ରା। ଏବେ ଠାରୁ ରଥ କାଠଗୁଡିକ ରଥ ଖଳାରେ ଆସି ରଖାଯିବ ପରେ ହୋଲି ଦିନଠାରୁ କାଠ ଅନୁକୂଳ କରାଯାଇ ରଥ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖ ରେ ଅଶୋକାଷ୍ଟମୀ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡିଆ ପଞ୍ଚାୟତ କପିଳେଶ୍ୱର ସ୍ଥିତ
କପିଳେଶ୍ଵର ଦେବଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ନିକଟସ୍ଥ ମଧୁବନ ଗ୍ରାମର ମହାରଣା ମାନେ ରଥ କାଠ ଅନୁକୂଳ କରି ରଥ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଶ୍ବର ସବୁ ଜାଗାରେ ରଥଯାତ୍ରା ରେ ରଥ ପକ୍କା ରାସ୍ତା ଦିନ ବେଳା ଟଣା ଯାଉଥିବାବେଳେ ଏହି ସ୍ଥାନରେ ନିଶାର୍ଦ୍ଧ ରାତିରେ ବିଲ ଗହିର ମଧ୍ୟରେ ରଥ ଟଣା ସବୁଠୁ ନିଆରା ଓ ଅନନ୍ୟ।
ଆସୁଛି ଅଶୋକାଷ୍ଟମୀ : ଆଗେଇ ଚାଲିଛି ରଥ କାର୍ଯ୍ୟ
