ମହାନଦୀ ବିହାର ରେ ଶ୍ରୀଗୁଣ୍ଡିଚା ମହୋତ୍ସବ ଉଦଘାଟିତ

କଟକ,୨୮/୦୬/୨୦୨୫ (ଓଡ଼ିଶା ସମାଚାର/ ଦେବାଶିଷ ରଥ)-  ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମହୋତ୍ସବ କମିଟି ତରଫରୁ ୪୭ନଂ ୱାର୍ଡ ଅନ୍ତର୍ଗତ ମହାନଦୀବିହାରସ୍ଥିତ ମଙ୍ଗଳାମନ୍ଦିର ଛକରେ ଶ୍ରୀଗୁଣ୍ଡିଚା ମହୋତ୍ସବ – ୨୦୨୫  ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି ।

ଏହି ମହୋତ୍ସବର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଏବଂ ଆବାହକ ସଞ୍ଜୟ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ସିଏମସି ମେୟର ସୁବାସ ସିଂହ, ସମ୍ମାନିତ ଅତିଥି ୪୭ନଂ କର୍ପୋରେଟର ଇଂ ସୁବ୍ରତ ଘଡାଇ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବଟିକୁ ଉଦଘାଟନ କରିଥିଲେ । ପରେ ପରେ ମଞ୍ଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ  ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ମହୋତ୍ସବଟି ଚଳିତ ୨୭ରୁ ଆରମ୍ଭ ହୋଇ  ୮ ଦିନ ବ୍ୟାପୀ ଅନୁଷ୍ଠିତ ହେବ ।  ଏହି ମହୋତ୍ସବରେ ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ବିଶେଷାଙ୍କ କଥାମୃତ ଏବଂ ଭଜନାମୃତ ଆଦି କାର୍ଯ୍ୟକ୍ରମ କରାଯିବା ସହ ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ଓ ସଂଗୀତଜ୍ଞମାନେ କଥାମୃତ ପରିବେଷଣ କରିବେ । ଏହି ଉତ୍ସବରେ  ଅନ୍ୟମାନଙ୍କ ମଧ୍ୟରେ  ମୂରବୀ ରବୀନ୍ଦ୍ର ପ୍ରସାଦ ମହାନ୍ତି, ରମାକାନ୍ତ ଲେଙ୍କା, ହିମାଂଶୁ ଷଡ଼ଙ୍ଗୀ, ଚତୁର୍ଭୁଜ ମହାପାତ୍ର, ପ୍ରହ୍ଲାଦ ନନ୍ଦ,   ସମେତ ବହୁ ସଂଖ୍ୟାରେ ଭକ୍ତବୃନ୍ଦ ଏକତ୍ରିତ ହୋଇ ଜଗନ୍ନାଥଙ୍କ ଭାବରସ ଭଜନକୁ ଶ୍ରବଣ କରିଥିଲେ ।

Leave a Reply

Your email address will not be published. Required fields are marked *