ଭୁବନ ୨୪/୦୫/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ‘ ଜଗବନ୍ଧୁ ଜରାଶ୍ରମ ‘ ଏବଂ ଓଡ଼ିଶା ସରକାରଙ୍କ ବନବିଭାଗ ଜରପଡ଼ା ବନାଞ୍ଚଳ, ଅନୁଗୁଳ ବନଖଣ୍ଡ ଙ୍କ ମିଳିତ ଉଦ୍ୟମ ରେ ହାତୀ – ମଣିଷ ବିବାଦ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜରପଡ଼ା ବାନାଞ୍ଚଳ ଅଧିନସ୍ଥ ଅନ୍ତୁଳିଆ , ପରା,ଉଗି ,କଞ୍ଜରା, କତଡ଼ା ଗ୍ରାମ ଠାରେ ଏକ ବିଶାଳ ଜନସଚେତନତା ପାଇଁ ଘୋଡ଼ା ନାଚ / ପାଲା ଏବଂ ଦାସକାଠିଆ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର କରାଯାଇଥିଲା । ସ୍ଥାନୀୟ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହ, ସ୍ଥାନୀୟ ଯୁବକ ସଂଘର କର୍ମକର୍ତ୍ତା ,ଜରପଡ଼ା ପତିତପାବନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଜନ ସାଧାରଣଙ୍କୁ ଲିଫ୍ଲେଟ ଏବଂ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ଗୁଡ଼ିକ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜରପଡ଼ା ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାୟକ , ରିତାରାଣୀ ସେଠୀ, ଜ୍ୟୋତ୍ସ୍ନା ରାଣୀ ନାୟକ ତଥା ସମସ୍ତ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ପାଞ୍ଚଟି ଗ୍ରାମର ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ବ୍ୟକ୍ତିବିଶେଷ ଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷ ଭାଗରେ ହାତୀ ଏବଂ ମଣିଷ ର ଆଗାମୀ ଦିନରେ ସୁସମ୍ପର୍କ ଓ ହାତୀ ମାନଙ୍କ ସୁରକ୍ଷା ସମ୍ପର୍କୀୟ/ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବନ୍ୟା ପ୍ରାଣୀ ଶିକାର ନକରିବା ପାଇଁ ଗ୍ରାମବାସୀ ଶପଥ ନେଇଥିଲେ । ଜଗବନ୍ଧୁ ଜରାଶ୍ରମ ର କାର୍ଯ୍ୟକର୍ତ୍ତା ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ସାଧାରଣ ଜନତା ଙ୍କୁ ଅବଗତି କରାଇଥିଲେ । ଅନୁଗୁଳ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ନୀତିଶ କୁମାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜଗବନ୍ଧୁ ଜରାଶ୍ରମ ର ସମ୍ପାଦକ ଆଶୁତୋଷ ମିଶ୍ର ଏବଂ ସ୍ୱେଚ୍ଛାସେବୀ ହିମାଂଶୁ ଶେଖର ବେହେରା କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ ।
