କାନ୍ଧ ଦେଲେ ବରିଷ୍ଠ ଵିଜେପି ଯୁବ ନେତା ପ୍ରକାଶ
କଟକ ସଦର , ୦୩/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ମଣିଜଙ୍ଗ ପଞ୍ଚାୟତର ପୂର୍ବତନ ସରପଂଚ ରଞ୍ଜିତା ନାୟକ ଙ୍କର ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି ଶୁକ୍ରବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେଵା ପରେ
ଆଜି ଶନିବାର ଅପରାହ୍ନରେ ଶୋକାକୁଳ ପରିବେଶରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିବା ଜଣାପଡିଛି । ଶବ ବ୍ୟବଛେଦ ପରେ କଟକ ବଡ ମେଡିକାଲରୁ ଶବକୁ ଅଣାଯାଇ ନିଜ ଗ୍ରାମରେ ପହଂଚିବା ପରେ ତାଙ୍କର ହଜାର ହଜାର ସମର୍ଥକ ଓ ଶୁଭେଛୁ ମାନଙ୍କ ଦ୍ୱାରା ଏକ ବିରାଟ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରାଯାଇ ଗ୍ରାମ୍ୟ ଶ୍ମଶାନରେ ସତ୍କାର କରାଯାଇଛି।
ଗତକାଲି ମେଡିକାଲ ଠାରୁ ଆଜି ଶବଦାହ ପର୍ୟ୍ୟନ୍ତ ଉତ୍କଳ ବିକାଶ ପରିଷଦର ସଭାପତି ତଥା କଟକ ସଦରର ବରିଷ୍ଠ ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ ପାଖେ ପାଖେ ରହି ନିଜର ଉଦାର ପଣିଆ ଦେଖାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ସରପଂଚ ଙ୍କ କାର୍ୟ୍ୟକାଳ ସମୟରେ ରାଜନୈତିକ ଆକ୍ରୋଶ କାରଣରୁ ପଡିରହିଥିବା ୭୦ ଲକ୍ଷରୁ ଅଧିକ ଟଙ୍କା ପାଇବାକୁ ମୃତ୍ୟୁ ଦିନ ପର୍ୟ୍ୟନ୍ତ ରଂଜିତା ସଂଗ୍ରାମ ଜାରୀ ରଖିଥିଲେ। ଏଵେ ସଂଗ୍ରାମର ମୃତ୍ୟୁ ଘଟିଥିବା ଵେଳେ ମାନବିକତା ଦୃଷ୍ଟି କୋଣରୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସଵୁ ମହଲରୁ ଦାବି ହେଉଛି ।