ଦର୍ଶନଶାସ୍ତ୍ର ବିଭାଗ ଶେଷ ବର୍ଷ ପିଲାଙ୍କୁ ବିଦାୟ ସମ୍ବର୍ଦ୍ଧନା ।

କଟକ,୨୮/୦୩/୨୦୨୪(ଓଡ଼ିଶା ସମାଚାର)  : କଟକ ସଦର ୪୨ ମୌଜା ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଦର୍ଶନ ଶାସ୍ତ୍ର ବିଭାଗର ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ରୁପନନ୍ଦା କାନୁନଗୋଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା ।  ଉକ୍ତ ସଭାରେ ମହାବିଦ୍ୟାଳୟର ଅଧକ୍ଷ ଡ଼.ବିଜୟ କୁମାର ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ଅଧ୍ୟାପକ ବିଜୟ ସାହୁ,ଗଣେଷ ଦାସ,ବିରଞ୍ଚି ମହାପାତ୍ର,ଡ଼.ସସ୍ମିତା ରାଓ,ଡ଼.ସଂଘମିତ୍ରା ବିଶ୍ଵାଳ,ବିଜୟ ଚୌଧୁରୀ,ସୁପ୍ରିୟା ସାହୁ,ପ୍ରଫୁଲ୍ଲ ମହାନ୍ତି,ଦୀପ୍ତି ଦାସ ସୌମ୍ୟ,କମଳା, ପ୍ରଫୁଲ୍ଲ ପ୍ରମୁଖ ଯୋଗଦେଇ ସାହାଯ୍ୟ ସହଯୋଗ କରିଥିଲେ । ଶେଷରେ  ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *