କଟକ ସଦର, ୨୭/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଆଠବର୍ଷ ହେଲା ୧୬ ବର୍ଷର ଝିଅ ଥିବା ଜନୈକା ବିଧବା ମହିଳାଙ୍କୁ ଵିଵାହ ହେଵାକୁ ପ୍ରତିଶ୍ରୁତି ଦେଇ ପ୍ରେମ ଜାଲରେ ଫସାଇ ଶେଷରେ ପ୍ରତାରଣା କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକ କୁ କିଶନନଗର ପୋଲିସ ଗିରଫ କରି ଶେଷରେ ଵ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଜାମିନରେ ଛାଡି ଥିବା ଜଣାଯାଇଛି। ପ୍ରକାଶ ଯେ ବାଲେଶ୍ଵର ଜିଲ୍ଲା ଅଞ୍ଚଳର ଜନୈକା ମହିଳା ଉକ୍ତ ଥାନା ଅନ୍ତର୍ଗତ ଧରିଣା ଗ୍ରାମରେ ଵିଵାହ କରିଥିଲେ। ଵିଵାହ ର ୫ ବର୍ଷ ପରେ ସ୍ୱ।ମୀଙ୍କ ମୃତ୍ୟୁ ଘଟିଥିଲା। ହେଲେ ମହିଳା ଜଣକ ବିଧବା ହେବା ପରେ ବାଲେଶ୍ଵର ରେ ରହି ଏକ ଵିୟୁଟି ପାର୍ଲର ଖୋଲି ଝିଅକୁ ପାଠ ପଢ଼ାଇବା ସହିତ ନିଜର ଗୁଜୁରାଣ ମେଣ୍ଟାଉଥିଲେ।
ଏହି ସୁଯୋଗରେ ଧରିଣା ଗ୍ରାମର ସୁଜିତ ବେହେରା ବାଲେଶ୍ଵର ଯାଇଁ ବିଧବା ମହିଳାଙ୍କୁ ଵିଵାହ ହେଵାର ପ୍ରତିଶ୍ରୁତି ଓ ପ୍ରଲୋଭିତ କରି ଦୀର୍ଘ ୮ ବର୍ଷ ହେଲା ଵିଵାହ ହେବା ପାଇଁ ବିଭିନ୍ନ ଆଳରେ ସମୟ ଗଡ଼ାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ହେଲେ ମହିଳା ଙ୍କ ଜିଦ୍ ଯୋଗୁଁ ଗତ ମାର୍ଚ୍ଚ ୧୧ ରେ ବାଲେଶ୍ଵର ସଵ୍ ରେଜିଷ୍ଟ୍ରାର ଙ୍କ କାର୍ଯ୍ୟାଳୟରେ ଉଭୟ ରେଜିଷ୍ଟ୍ରି ବିବାହ କରିଥିଲେ। ରେଜିଷ୍ଟ୍ରି ବିବାହ ପରେ ସୁଜିତ୍ ଅନ୍ୟତ୍ର ଵିଵାହ ପାଇଁ ଉଦ୍ୟମ କରୁଥିବା ଖବର ପାଇ ମହିଳା ଜଣକ ଧରିଣା ଆସି ତାଙ୍କ ପରିବାର ଲୋକଙ୍କୁ ସବୁକଥା ଜଣାଇବା ସତ୍ବେ ସେଠାରେ ଦୁର୍ବ୍ୟବହାର ର ଶୀକାର ହୋଇଥିଲେ।
ଏଥିପାଇଁ ପୀଡ଼ିତା ମହିଳା ଚଳିତ ମାସ ୧୧ ରେ କିଶନନଗର ଥାନାରେ ଅଭିଯୋଗ କରିଥିଲେ। ଏହି ଖବର ପାଇ ଅଭିଯୁକ୍ତ ସୁଜିତ୍ ଫେରାର ହୋଇଯାଇଥିଵା ବେଳେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଥିଲା । ଯୋଜନା ମୁତାବକ ଉଭୟ ଅଭିଯୋଗ କାରିଣୀ ଓ ଅଭିଯୁକ୍ତ ପୁରୀ ରେ ରହି ବୁଲାବୁଲି କରି କଟକ ଫେରି ଓଏମପି ଛକରେ ଥିବା ଏକ ହୋଟେଲରେ ଥିବା ଖବର ପାଇ ପୋଲିସ ସେଠାରୁ ଉଭୟଙ୍କୁ ଗତକାଲି ରବିବାର ରାତିରେ ଉଠାଇ ଆଣିଥିବା ଜଣାପଡିଛି। ପୀଡ଼ିତା ମହିଳା ଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଅଭିଯୁକ୍ତଙ୍କୁ ଵ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଜାମିନରେ ଛାଡି ଦିଆଯାଇଛି। ଉକ୍ତ ବିଷୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ଵିଷୟ ହୋଇଛି।
