ଆଧ୍ୟାତ୍ମିକ ପତ୍ରିକା ‘ ଦିବ୍ୟାଲୋକ ସନ୍ଧାନେ ‘ ର ରଥଯାତ୍ରା ସଂଖ୍ୟା ଉନ୍ମୋଚିତ

କଟକ ୧୫/୦୭/୨୦୨୬ (ଓଡିଶା ସମାଚାର / ଅଭୟ ଜେନା) ଦୀର୍ଘ ୨୫ ବର୍ଷ ହେଲା ପ୍ରକାଶିତ ହୋଇ ଆସୁଥିବା ସମ୍ବାଦ ଓ ସଂସ୍କାରମୂଳକ ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା ‘ ଦିବ୍ୟାଲୋକ ସନ୍ଧାନେ ‘ ର ଜୁଲାଇ (ରଥଯାତ୍ରା ) ସଂଖ୍ୟା ଉନ୍ମୋଚିତ ହୋଇଯାଇଛି ।

ଜଗତପୁର ସ୍ଥିତ ଶ୍ରୁତି ବିଦ୍ୟା ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଶିଷ୍ଟ ବେଦାନ୍ତୀ ସନ୍ଥ ସ୍ୱାମୀ ନିଜାନନ୍ଦ ସରସ୍ବତୀ ମହାରାଜଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ମୁଖ୍ୟ ସମ୍ପାଦକ ଡଃ ଶରତ କୁମାର ରଥଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉନ୍ମୋଚନ ସଭାରେ ବର୍ଷିଆନ ସ୍ୱାମୀଜୀ ପତ୍ରିକାଟିର ଦୀର୍ଘ ଜୀବନ କାମନା କରି ଆଶୀର୍ବାଦ କରିଥିଲେ ।  ସମ୍ମାନିତ ଅତିଥି ଭାବେ ଉତ୍କଳ ସାରସ୍ୱତ ଆଶ୍ରମର ମହନ୍ତ ସ୍ୱାମୀ ତ୍ରିଲୋକେଶ୍ୱର ଭାରତୀ ଯୋଗ ଦେଇ ସମାଜ ରେ ଆଧ୍ୟାତ୍ମିକ ପତ୍ରିକା ର ଗୁରୁତ୍ୱ ଢେର ବେଶୀ ବୋଲି ଅଭିହିତ କରିବା ସହିତ ଯୁବକମାନେ ବେଶୀ ସମୟ ମୋବାଇଲରେ ନଷ୍ଟ ନ କରି ଦୈନିକ ପାଞ୍ଚ ମିନିଟ ଧ୍ୟାନ କରିବା ପାଇଁ ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଅରବିନ୍ଦ ନନ୍ଦ, ଅଧ୍ୟାତ୍ମପ୍ରାଣ ଅସିତ ରଞ୍ଜନ ବେହେରା, ଶ୍ରୀମନ୍ତ ଧଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପତ୍ରିକାର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ କୃତଜ୍ଞତା ଜ୍ଞାପନ କରିଥିଲେ । ପରିଚାଳନା ସମ୍ପାଦକ ଇଂ ବିପ୍ଳବ ଦାସ ସଭା ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *