କଟକ, ୨୦/୦୩/୨୦୨୪ (ଓଡ଼ିଶା ସମାଚାର) : କଟକ ସଦର ୪୨ ମୌଜା ଅବିଭକ୍ତ ଦଧିବାମନପୁର ଗ୍ରାମ ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ,ସରପଞ୍ଚ ତଥା ବ୍ରହ୍ମପୁର ନିବାସୀ ସମାଜସେବୀ ଚତୁର୍ଭୁଜ ପାଣି(୮୪) ବଡ଼ି ଆଣ୍ଡ ଅର୍ଗାନ୍ ଡୋନେସନ ସୋସାଇଟି ଅଫ୍ ଇଣ୍ଡିଆ(ବଓଡିୱାଇ) ଜରିଆରେ ଅପିଲ ନମ୍ବର ୨୨୩୧ ଅନୁଯାୟୀ ନିଜର ସମ୍ପୁର୍ଣ୍ଣ ଶରୀରକୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲକୁ ଦାନ କରିବା ପାଇଁ ବିହୀତ ନିୟମ ଅନୁଯାୟୀ ଚୁକ୍ତିବଦ୍ଧ ହୋଇଛନ୍ତି । ତାଙ୍କର ଏହି ମହତ ଇଛା କାର୍ଯ୍ୟରେ ସହଯୋଗ କରିଥିଲେ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ରବିନାରାୟଣ ପ୍ରଧାନ ଓ ବରିଷ୍ଠ ସମାଜସେବୀ ବିଭୂତି ଭୂଷଣ ପ୍ରଧାନଙ୍କ ଜ୍ୟେଷ୍ଠପୁତ୍ର ନିର୍ମଳ ଚନ୍ଦ୍ର ପ୍ରଧାନ । ଏହି ଅବସରରେ ସମାଜସେବୀ ଚତୁର୍ଭୁଜ ପାଣିଙ୍କର ଏହି ମହତ ତ୍ୟାଗକୁ ବିଓଡିୱାଇ ସଭାପତି ବିଶିଷ୍ଟ ସମାଜସେବୀ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ସହ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଉଛି ।