କଟକ ସଦର, ୧୭/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ମାଟିର ବରପୁତ୍ର, ପ୍ରଖ୍ୟାତ ସ୍ୱ।ଧିନତା ସଂଗ୍ରାମୀ, ପ୍ରଥମ ରାଜଵନ୍ଦୀ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ୧୨୪ତମ ଜୟନ୍ତୀ କିଶନନଗର ଠାରେ ମହାସମାରୋହରେ ଆଜି (ମଙ୍ଗଳବାର) ସଂଧ୍ୟାରେ ପାଳିତ ହୋଇଯାଇଛି। ରାଜକୃଷ୍ଣ ବୋଷ ସ୍ମୃତି ସଂସଦ ସଭାପତି, କିଶନନଗର ମାଟିର ପୁଅ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୈ।ରୋହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ ଅତିଥି ଭାବେ ବାଚସ୍ପତି ସୁରମା ପାଢୀ , ଗ୍ରାମାଞ୍ଚଳ ଉନ୍ନତି କରଣ, ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ଖଣ୍ଡପଡ଼ା ବିଧାୟକ ଦୂଷ୍ମନ୍ତ ସ୍ୱ।ଇଁ, ମହାକାଳପଡା ବିଧାୟକ ଦୂର୍ଗା ପ୍ରଶନ୍ନ ନାୟକ ପ୍ରମୁଖ ଯୋଗ ଦେଇ ରାଜକୃଷ୍ଣ ବୋଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ତାଙ୍କର ଗୁଣାଵଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ସଂସଦର ସଂପାଦକ ଅଧ୍ୟାପକ ଡଃ କିଶୋର ଚନ୍ଦ୍ର ଦାଶ ସଂପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ଶେଷରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ କିଶନନଗର ଠାରେ ଥିବା ସ୍ୱର୍ଗତ ବୋଷଙ୍କ ପ୍ରତିମୂର୍ତ୍ତୀରେ ବହୁ ବ୍ୟକ୍ତିବିଶେଷ ଙ୍କ ସହିତ ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, ସରପଂଚ ସୁଜାତା ସେଠୀ, କଟକ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା, ବିଜେଡ଼ି ନେତା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, ପୂର୍ବତନ ପିସିସି ସଂପାଦକ ଦିଲ୍ଲୀପ ମହାନ୍ତି, ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ନାତି ଅଭିନେତା ରାଣା, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ପ୍ରମୁଖ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ।