ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ‘ପ୍ରେସ୍‌ ବିବୃତ୍ତି’

‘ଗାଁ କିସହର ଯେଉଁଠି ଥାଅ, ନିଜର ଭୋଟ ନିଶ୍ଚୟ ଦିଅ’

ଭୁବନେଶ୍ୱର, ୩୦/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା: ୦୫-ମୟୂରଭଞ୍ଜ (ଏସ୍‌.ଟି.), ୦୬-ବାଲେଶ୍ୱର, ୦୭-ଭଦ୍ରକ (ଏସ୍‌.ସି.), ୦୮-ଯାଜପୁର(ଏସ୍‌.ସି.), ୧୫-କେନ୍ଦ୍ରାପଡ଼ା ଓ ୧୬-ଜଗତସିଂହପୁର(ଏସ୍‌.ସି.)ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଜୁନ ୧ ତାରିଖରେ ମତଦାନ ହେବ । ଏହି ପର୍ଯ୍ୟାୟରେ ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ୯୯,୬୧,୦୫୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୫୦,୮୮,୦୭୬ ପୁରୁଷ, ୪୮,୭୨,୨୯୪ମହିଳା ଓ ୬୮୭ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗଅନୁପାତ ୯୫୮ରହିଛି । ଏମାନଙ୍କ ମଧ୍ୟରେ୨,୫୭,୩୪୫ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର୨୦,୫୧,୫୦୫ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ୧୦,୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ (ମୋଟ୍‌: ୧୦,୮୮୨) ମତଦାନ କେନ୍ଦ୍ର ରହିଛି । ମତଦାନ କେନ୍ଦ୍ର ପିଛା ପ୍ରାୟ୯୧୫ ଜଣ ମତଦାତା ରହିଛନ୍ତି ।         ଏହି ସମସ୍ତ ବୁଥ୍‌ରେ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ ।

          ୧୪୦୦ରୁ ଊଦ୍ଧ୍ୱର୍ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ ।ଏହି ପର୍ଯ୍ୟାୟରେ ପ୍ରାୟ ୨୦ ପ୍ରତିଶତ ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୨ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ପୋଲିଂଷ୍ଟେସନ୍‌ ଲୋକେସନ୍‌ରେ ଅନୁ୍ୟନ ଜଣେ ସେ୍ୱଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି ।

ମୋଟ ପ୍ରାର୍ଥୀସଂଖ୍ୟା:-

          ୦୫-ମୟୂରଭଞ୍ଜ, ୦୬-ବାଲେଶ୍ୱର, ୦୭-ଭଦ୍ରକ, ୦୮-ଯାଜପୁର, ୧୫-କେନ୍ଦ୍ରାପଡ଼ା ଓ ୧୬-ଜଗତସିଂହପୁର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୬ ଜଣ ପ୍ରାର୍ଥୀ(ପୁରୁଷ-୫୫, ମହିଳା-୧୧) ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ୩୯୪ ଜଣ (ପୁରୁଷ-୩୩୬, ମହିଳା-୫୮) ପ୍ରାର୍ଥୀ ରହିଛନ୍ତି ।

 ଇଭିଏମ୍‌ ଓ ଭିଭିପାଟ୍‌:-

          ସପ୍ତମପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ୍‌, ୧୩୪୬୨ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୪୬୦୬ଟି ଭିଭିପାଟ୍‌ Commission ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁମୋଟ ୧୪୧୨୨ଟି ବାଲାଟ୍‌ୟୁନିଟ୍‌, ୧୩୪୪୭ଟି କଣ୍ଟ୍ରୋଲୟୁନିଟ୍‌ ଓ ୧୪୬୩୮ଟି ଭିଭିପାଟ Commission ହୋଇଛି ।

ପର୍ଯ୍ୟବେକ୍ଷକ-

          ଏହି ପର୍ଯ୍ୟାୟ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୧୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୩ ଜଣ ପୋଲିସ ପର୍ଯ୍ୟବେକ୍ଷକ ଓ ୧୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

ସୁରକ୍ଷା ବ୍ୟବସ୍ଥା

          ସଂପୂର୍ଣ୍ଣସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଠାରେ୧୨୫ କମ୍ପାନୀ CAPF (ସେଣ୍ଟ୍ରାଲ ଆର୍ମଡ଼୍‌ ପୋଲିସ ଫୋର୍ସ) ନିୟୋଜିତ ହେବେ ।

ଜିଲ୍ଲାରନାମ     ବିଧାନସଭାନିର୍ବାଚନମଣ୍ଡଳୀସଂଖ୍ୟା       ସିଏପିଏଫ୍‌ କମ୍ପାନୀ ସଂଖ୍ୟା

ଯାଜପୁର        ୭       ୨୦

ବାଲେଶ୍ୱର       ୮       ୨୨

ଭଦ୍ରକ  ୫       ୧୬

କେନ୍ଦ୍ରାପଡ଼ା      ୫       ୧୮

ଜଗତସିଂହପୁର ୪       ୧୨

ମୟୂରଭଞ୍ଜ      ୮       ୧୮

କଟକ  ୩       ୧୨

ପୁରୀ    ୨       ୭

ସମୁଦାୟ         ୪୨    ୧୨୫

          ସିଏପିଏଫ୍‌ମାନଙ୍କୁ କି୍ରଟିକାଲ୍‌ ବୁଥ୍‌ (Critical Booth)ଏବଂ ପ୍ରାର୍ଥୀମାନଙ୍କ ଦ୍ୱାରା ପ୍ରଦତ୍ତ Worry List ବୁଥ୍‌ରେ ନିୟୋଜିତ କରାଯିବ ।

ଡିସ୍‌ପର୍ସାଲ୍‌

          ୧୩ଟି ନିର୍ବାଚନ ମଣ୍ଡଳୀର ପୋଲିଂ ଦଳମାନଙ୍କୁ (ସଖି ବୁଥ୍‌ ବ୍ୟତିରେକ) ୩୦/୦୫/୨୦୨୪ ତାରିଖ ଦିନ ବୁଥ୍‌କୁ ପଠାଯିବ । ଅନ୍ୟମାନଙ୍କୁ ୩୧/୦୫/୨୦୨୪ ତାରିଖ ଦିନ ପଠାଯିବ ।

ସମ୍ଭାବ୍ୟ ଅଂଶୁଘାତ ନିରାକରଣ ବ୍ୟବସ୍ଥା:

          ପ୍ରତି ପୋଲିଂ ଷ୍ଟେସନ୍‌ରେ ଆଶାକର୍ମୀ ରହିବେ । ସମ୍ଭାବ୍ୟ ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆବଶ୍ୟକୀୟ ଔଷଧ, ଓଆର୍‌ଏସ୍‌ ଆଦି ରହିବ ।

#       ପ୍ରତି   ସେକଟର  ଅଫିସରଙ୍କସହ ଜଣେ ପାରା-ମେଡିକାଲଷ୍ଟାଫ୍‌ ଜରୁରୀ ଔଷଧପତ୍ର ସହିତ

ରହିବେ ।

#       ମୋବାଇଲ୍‌ ହେଲଥ୍‌ ୟୁନିଟ୍‌ ପାଇଁ ନିୟମିତ ବ୍ୟବଧାନରେ ବୁଥ୍‌କୁ ସ୍ପର୍ଶକରିବେ ।

#       PHC, CHC, DHH ଆଦିରେ ଅଂଶୁଘାତ ୱାର୍ଡ ସ୍ଥାପନ କରାଯାଇଛି ।

#       ଅଂଶୁଘାତ ସଚେତନତା ବାର୍ତ୍ତାବହୁଳ ଭାବେ ପ୍ରସାରିତ କରାଯାଇଛି ।

#       ଡିସ୍‌ପର୍ସାଲ ଓ ରିସିଭିଂ ସେଣ୍ଟରରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଏବଂ ଆମ୍ବୁଲାନ୍ସ ନିୟୋଜିତ ହେବେ ।

#       ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମଚାରୀମାନଙ୍କ ଡିସ୍‌ପର୍ସାଲ ସେଣ୍ଟର ରୁ ବୁଥ୍‌କୁ ଯାଇ ନିର୍ବାଚନ କାର୍ଯ୍ୟ ଶେଷ କରି ଫେରିବା ପର୍ଯ୍ୟନ୍ତ ଖାଦ୍ୟପେୟ ଓ ପରିବହନ ବ୍ୟବସ୍ଥା ସୁବ୍ୟବସ୍ଥିତ କରାଯାଇଛି ।

ମତଦାନ ଦିବସ ପାଇଁ ବ୍ୟବସ୍ଥା

#       ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସେ୍ୱଚ୍ଛାସେବୀମାନେ ରହିବେ । ସେମାନଙ୍କ ପାଇଁ ଲାଇନ୍‌ ପାଖରେ ବସିବା ବ୍ୟବସ୍ଥା କରାଯାଇଛି ।

#       ଭୋଟର ମାନଙ୍କ ପାଇଁ ପୋଲିଂ ବୁଥ୍‌ରେ ପାନୀୟଜଳ, ଶୌଚାଳୟ ଓ ଛାଇ ଆଦି ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରାଯାଇଛି ।

#       ବରିଷ୍ଠନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଘରୁ ବୁଥ୍‌କୁ ଓ ବୁଥ୍‌ରୁ ଆଣି ଘରେ ଛାଡ଼ିବା ପାଇଁ  ନିଃଶୁଳ୍କ  ଯାନର ବ୍ୟବସ୍ଥା କରାଯାଇଛି ।

#       ମତଦାନ ହେବାକୁ ଥିବା ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି ।

ନିଜ ବୁଥ୍‌ଜାଣିବେ କେମିତି?

ଭୋଟର ଇନ୍‌ଫର୍ମେସନ୍‌ ସ୍ଲିପ୍‌(VIS) ବଣ୍ଟନ: ବୁଥ୍‌ ଲେବୁଲ୍‌ ଅଧିକାରୀମାନଙ୍କ ମାଧ୍ୟମରେ ଭୋଟର ଇନ୍‌ଫର୍ମେସନ୍‌ ସ୍ଲିପ୍‌(VIS)ଏବଂ ଭୋଟରଗାଇଡ୍‌ ବଣ୍ଟା ଯାଇଛି । VIS ରେ ବୁଥ୍‌ର ନାମ ଏବଂ ସ୍ଥାନ ଲେଖାଯାଇ ଅଛି । ଯଦି କୌଣସି ମତଦାତା ଭିଆଇଏସ୍‌ ପାଇନାହାନ୍ତି, ସେମାନେ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ଅଥବା  voters.eci.gov.in ପୋର୍ଟାଲରେ ନିଜ ବୁଥ୍‌ର ନାମଏବଂ ଠିକଣା ଜାଣିପାରିବେ । ଏତଦ୍‌ବ୍ୟତୀତ ଟୋଲ୍‌ଫ୍ରି ନମ୍ବର ୧୯୫୦କୁ ମଧ୍ୟ କଲ୍‌କରି ସୂଚନା ପାଇପାରିବେ । ନିଜ ମୋବାଇଲ୍‌ ଫୋନ୍‌ରେ ECI<SPACE>EPIC No. ଲେଖି ୧୯୫୦କୁ ମେସେଜ୍‌ ପ୍ରେରଣ କଲେ ପ୍ରତୁ୍ୟତ୍ତର ମେସେଜ୍‌ ଦ୍ୱାରା ନିଜ ମତଦାନ କେନ୍ଦ୍ର ସଂପର୍କିତ ସୂଚନା ମଧ୍ୟ ପ୍ରାପ୍ତ କରାଯାଇପାରିବ ।

          ଏଥିସହ ଭୋଟରମାନେ ଭୋଟର ପୋର୍ଟାଲ https://electoralsearch.eci.gov.in/କୁ ଯାଇ କିମ୍ବା ନିଜ ମୋବାଇଲ୍‌ରେ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ଡାଉନ୍‌ଲୋଡ଼୍‌ କରି ନିମ୍ନଲିଖିତ ତିନୋଟି ମଧ୍ୟରୁ ଯେକୌଣସି ଗୋଟିଏ ଉପାୟରେ ନିଜ ପୋଲିଂ ଷ୍ଟେସନ୍‌ର ବିବରଣୀ ପାଇପାରିବେ ।

୧.      ନିଜର ଇପିଆଇସି ସଂଖ୍ୟା(EPIC No) ବ୍ୟବହାର କରି କିମ୍ବା

୨.      ରାଜ୍ୟ, ନିଜର ନାମ, ପିତା କିମ୍ବା ସ୍ୱାମୀଙ୍କ ନାମ, ଜନ୍ମ ତାରିଖ/ବୟସ ବ୍ୟବହାର କରି କିମ୍ବା

୩.      ରାଜ୍ୟର ନାମ, ମୋବାଇଲ୍‌ ନମ୍ବର ଏବଂ ଓଟିପି ବ୍ୟବହାର କରି ନିଜ ପୋଲିଂ ଷ୍ଟେସନ୍‌ର ବିବରଣୀ ପାଇପାରିବେ ।

ବିଶେଷ ସୂଚନା:

          ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ମତଦାତାଙ୍କ ବିଶେଷ ସୂଚନା ନିମନ୍ତେ ଜଣାଇ ଦିଆଯାଇଛି ଯେ ବୁଥ୍‌ ଭିତରକୁ କୌଣସି ବୈଦୁ୍ୟତିକ ଉପକରଣ ଯଥା-ମୋବାଇଲ୍‌ ଫୋନ୍‌, କ୍ୟାମେରା, ହେଡ୍‌ଫୋନ୍‌ ଓ ସ୍ମାର୍ଟ ୱାଚ୍‌ ଆଦି ନେବାର ଅନୁମତି ନାହିଁ ।

          ମତଦାନ ଦିବସ ହେଉଛି କର୍ତ୍ତବ୍ୟର ଦିବସ । ଏଣୁ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଗଣତନ୍ତ୍ରରେ କୌଣସି ପ୍ରକାର ହିଂସାର ସ୍ଥାନନାହିଁ । ଏଣୁ ଜନସାଧାରଣ ଶାନ୍ତିଶୃଙ୍ଖଳା ପୂର୍ବକ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆହ୍ୱାନ ଦେଇଛନ୍ତି ।  ନିର୍ବାଚନର ପର୍ବ ଆମଦେଶରଗର୍ବ ।

Leave a Reply

Your email address will not be published. Required fields are marked *