ଅନନ୍ୟ ଆଦର୍ଶ ଓ ସେବାର ସ୍ୱରୂପ:  ସମାଜସେବୀ ଦମ୍ପତି ନାରାୟଣ ଚଂଦ୍ର ଓ ସରୋଜ ନଳିନୀ ।

 କଟକ,୨୨/୬/୨୦୨୪ (ଓଡ଼ିଶା ସମାଚାର)- ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ,ସେବାରେ ସମର୍ପିତ ଅନେକଙ୍କ ମଧ୍ୟରୁ କଟକ ସଦର ବ୍ଲକ୍ ବୟାଳିଶମୌଜା ବେଣ୍ଟକାର ପଞ୍ଚାୟତ ପଟଣା ଗ୍ରାମର ଧର୍ମପ୍ରାଣ,ସମାଜସେବୀ ତଥା ଆଦର୍ଶ ଦମ୍ପତି ବରିଷ୍ଟ ସଂଗ୍ରହକ,ସମାଜସେବୀ ନାରାୟଣ ଚନ୍ଦ୍ର ମହାନ୍ତି (ଝରା ଭାଇ) ଓ କବୀ ସରୋଜ ନଳିନୀ ପରିଜା । ଦୁହେଁ ଅବସପ୍ରାପ୍ତ । ଯେଉଁ ପରିଣତ ବୟସରେ କର୍ମ ସଂସ୍ଥାନରୁ ଅବସର ପରେ ଲୋକେ ନିଜ ଘର ସଂସାର ଜୀବନ ଚର୍ଯ୍ୟା ବା ନିଜ ସ୍ବାସ୍ଥ୍ୟ ସମସ୍ୟାରେ ପିଡିତ ଥାନ୍ତି ସେହି ସମୟରେ ଦମ୍ପତି ବହୁବିଧ ସେବାରେ ବ୍ରତୀ ଓ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ସଦର ମାଟିର ଅଗ୍ରଣୀ ସାମାଜିକ ସଙ୍ଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ”ର ବରେଣ୍ୟ ସଂପାଦକ ଓ ସଭାପତି ଦାୟୀତ୍ବ ଗ୍ରହଣ କରି ପୂଜ୍ୟପୂଜା,ମେଧା ପ୍ରତିଭା ଅନ୍ୱେଷଣ, ସାହିତ୍ୟ ସଂସ୍କୃତିର ବିକାଶ,ଆଶ୍ରମ ସେବା,ମହାପୁରୁଷ ବା କୌଣସି ପ୍ରତିଭାଙ୍କ ଜନ୍ମ ଓ ଶ୍ରାଦ୍ଧା ଦିବସ ପାଳନ କରି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଉଭୟ ଖୁବ୍ ମତୁଆଲା ,ସେବାକାର୍ଯ୍ୟରେ ଭୋକଶୋଷ ଭୂଲି ଯାଆନ୍ତି ଓ ବହୁ ସ୍ଥାନକୁ ଯାଇ ଆଲୋଚନା ଚକ୍ର,ସମ୍ୱର୍ଦ୍ଧନା ଆଦିରେ ଭାଗ ନିଅନ୍ତି । ତାଙ୍କ ଜ୍ୟେଷ୍ଠ ଭ୍ରାତା  ସମାଜସେବୀ,ଚିତ୍ରଶିଳ୍ପୀ ଦିବଂଗତ ଆନଂଦ ଚନ୍ଦ୍ର ମହାନ୍ତିଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇ ସେବା କାର୍ଯ୍ୟରେ ବ୍ରତୀ ।

Leave a Reply

Your email address will not be published. Required fields are marked *