ଗଞ୍ଜେଇ ସହ ମଟର ସାଇକେଲ ଜବତ : ଯୁବକ ଓ ମହିଳା ମାଫିଆ ଗିରଫ

ବାଲିଗୁଡ଼ା, ୧୯/୦୩/୨୪:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପଞ୍ଝାରେ ଜଣେ ଯୁବକ ଓ ଜଣେ ମହିଳା ଗଞ୍ଜେଇ ମାଫିଆ । ପାଞ୍ଚ କେଜି ଓଜନର ଗଞ୍ଜେଇ ସହ ମୋଟରସାଇକେଲ ଜବତ କରିଛି ପୋଲିସ୍ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଦେଖି ଏକ ମୋଟରସାଇକେଲ ଯୋଗେ ଯାଉଥିବା ଯୁବକ ମହିଳା ଦୃତ ଗତିରେ ଯିବାକୁ ଲାଗିଲେ । ପେଟ୍ରୋଲିଂ କରୁଥିବା ପୋଲିସ ମାନେ ମୋଟର ସାଇକେଲକୁ ପିଛା କରି ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁରୁବାଲି ନିକଟରେ ମୋଟର ସାଇକେଲକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କ ନିକଟରୁ ୫ କେଜି ଓଜନର ଗଞ୍ଜେଇ ସହ ମୋଟରସାଇକେଲ ଜବତ ହୋଇଥିବା ଜଣାପଡ଼ିଛି । ଗିରଫ ଦୁଇଜଣଙ୍କ ମଧ୍ୟରୁ ଯୁବକ ଜଣକ ରାୟଗଡ଼ା ଜିଲ୍ଲା କାଶିପୁର ଥାନା ଅଞ୍ଚଳର ବନ ନାୟକ ହୋଇଥିବା ବେଳେ ମହିଳା ଜଣକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ମାନିନୀ ମାଝୀ ହୋଇଥିବା ଜଣାପଡ଼ିଛି । ଜି.ଉଦୟଗିରି ଅଞ୍ଚଳରୁ ଗଞ୍ଜେଇ ନେଇ ରାୟଗଡ଼ା ଅଭିମୁଖେ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ବାଲିଗୁଡ଼ା ଥାନା ସୁରୁବାଲି ନିକଟରୁ ଗିରଫ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *