ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ଭୁବନେଶ୍ୱର,୧୦/୦୬/୨୦୨୫ (ଓଡ଼ିଶା ସମାଚାର)-ବ୍ଲାଇଣ୍ଡ ଆସୋସିଏସନ୍ ସମ୍ମିଳନୀ ହଲ୍ ରେ ବିଏମସି-୨, ମଧ୍ୟ ଭୁବନେଶ୍ୱର ବ୍ଲକସ୍ତରୀୟ ଏସ୍.ଏଚ୍.ଜି. ଗୋଷ୍ଠୀ ଫେଡେରେସନ୍ ର ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ୧୧ଟି ଏସ.ଏଚ୍.ଜି. ଗ୍ରୁପ୍ ର ୩୩ଜଣ ମାଆ ମାନେ ଅଂଶଗ୍ରହଣ କରିଥିଲେ । ଫେଡେରେସନର ସଭାପତି ଭାନୁପ୍ରିୟା ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମହିଳାମାନେ ପୋଡ ପିଠା, ମଣ୍ଡାପିଠା, ଏଣ୍ଡୁରି ପିଠା, ଆଳୁଦମ୍ ଦହିବରା, କାଟୋରୀ ଚାଟ୍, ମସଲାବରା, ଜାମୁ ରୋଲ୍ ପିଠା,  ବିଭିନ୍ନ ପ୍ରକାର କ୍ଷୀରି, ପାୟସ ଭଳି ବହୁ ପାରମ୍ପରିକ ଲୁକ୍କାୟିତ ହୋଇଯାଉଥିବା ଖାଦ୍ୟ ପଦାର୍ଥର ଆୟୋଜନ କରିଥିଲେ ।

ଯେଉଁ ପାରମ୍ପରିକ ଖାଦ୍ୟପଦାର୍ଥ ଗୁଡ଼ିକ ଧିରେଧିରେ ଲୁଚିଯାଉଅଛି, ସେଗୁଡ଼ିକୁ ପୁନର୍ବାର ଉଜ୍ଜିବୀତ କରି ଆଜିର ବଜାରରେ ତାର ଚାହିଦାକୁ ଦେଖି ମାଆମାନେ ରୋଜଗାର କରି ନିଜ ଗୋଡ଼ରେ ନିଜେ ଠିଆ ହେବାପାଇଁ ସରକାର ଯେଉଁଭଳି ପ୍ରୟାସ ଏବଂ ପ୍ରୋତ୍ସାହନ ଦେବାପାଇଁ ନିଷ୍ପତି ନେଇଛନ୍ତି, ତାକୁ ସଭାପତି ଶ୍ରୀମତୀ ଦାସ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜିର ଦିନରେ ମାଆମାନେ ଏହିଭଳି ପିଠାପଣା କରି ସାରା ଦେଶର ବଜାରରେ ପହଂଚାଇବାରେ ସକ୍ଷମ ହେବେ ଏବଂ ଆତ୍ମନିର୍ଭରଶୀଳ ହୋଇ ନିଜ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେବାପାଇଁ ସରକାରଙ୍କୁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି ସଂଘର ବରିଷ୍ଠ ସଦସ୍ୟ ରଞ୍ଜୁଲତା ମହାପାତ୍ର ।

ଆଜିର ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ସିଡ଼ିପିଓ ରାଜଶ୍ରୀ ଗୋସ୍ୱାମୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ସିଡ଼ିପିଓ ସ୍ନେହଲତା ନାୟକ, ଅନ୍ୟତମ ଅତିଥି ଭାବେ ଡିପିସି ନିରଞ୍ଜନ ମଲ୍ଲିକ, ବିପିସି ବନ୍ଦନା ମିଶ୍ର, ରଶ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ମାଆ ମାନଙ୍କୁସତ୍ସାହିତ କରିବା ସହିତ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ । ଆଜିର ଏହି ସମଗ୍ର କାର୍ଯ୍ୟକ୍ରମକୁ ଫେଡେରେସନ୍ ର ସଂଯୋଜିକା ମମତାଜ ବେଗମ୍ ସୁପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *