ଭୁବନେଶ୍ୱର,୨୪/୧୧/୨୦୨୩ (ଓଡ଼ିଶା ସମାଚାର)-ଓଡ଼ିଶା ମହିଳା ମେଟ୍ରୋନ୍ ମହାସଂଘ ପକ୍ଷରୁ ଗତକାଲି ଏକ ୬ଜଣିଆ ପ୍ରତିନିଧି ମଣ୍ଡଳୀ ମାନ୍ୟବର ଉପ-ବାଚସ୍ପତି, ଶ୍ରୀଯୁକ୍ତ ସାଲୁଗା ପ୍ରଧାନଙ୍କୁ ସରକାରୀ ବାସଭବନରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଓଡ଼ିଶାରେ ୩୦ ଗୋଟି ଜିଲାର କାର୍ଯ୍ୟରତ ୩୦୦୦ ମେଟ୍ରୋନ୍ ମାନଙ୍କର ଦୁଃଖ ଦୁର୍ଦ୍ଧଶା ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ୮ ବର୍ଷ ହେଲା ରାତିଦିନ ୨୪ ଘଂଟା ହଷ୍ଟେଲ୍ରେ କାର୍ଯ୍ୟ କରି ମଧ୍ୟ ସେମାନଙ୍କୁ ଉଚିତ୍ ପ୍ରାପ୍ୟ ମିଳୁନାହିଁ । ଦୀର୍ଘଦିନ ଧରି ସଂଘର ୭ ଦଫା ଦାବି ସମ୍ବନ୍ଧରେ ଆଲୋଚନା କରିଥିଲେ । ଉକ୍ତ ଛଅଜଣ ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଆବାହକ ଦିଗମ୍ବର ଜେନା, ମହାସଂଘର ରାଜ୍ୟ ସଭାନେତ୍ରୀ ମମତା ସାହୁ, କନ୍ଧମାଳ ଜିଲା ସଭାନେତ୍ରୀ ଅନ୍ନପୂର୍ଣ୍ଣର ପରିଚ୍ଛା, ସୁନ୍ଦରଗଡ଼ ସଭାନେତ୍ରୀ ମଞ୍ଜୁ ଜିନୁଫା ଖାଲ୍କୋ, ଖୋର୍ଦ୍ଧା ଜିଲା ସନ୍ଧ୍ୟାରାଣୀ ସାମନ୍ତରାୟ, ଲୀନା କେର୍କେଟା ପ୍ରମୁଖ ଉପସ୍ଥିତ ଥିଲେ ।