ଲକ୍ଷ୍ମୀପୁର.୧୫/୦୮/୨୫(ଓଡିଶା ସମାଚାର/ପ୍ରମୋଦ ଜେନା)- ପ୍ରତିବର୍ଷ ଭଳି ଏଥରକ ମଧ୍ୟ ଆଜିର ଦିନରେ ସାରା ଦେଶ ବଡ଼ ଧୁମ୍ ଧାମରେ ସ୍ବାଧିନତା ଦିବସ ପାଳନ କରିଛି। ଆଜିର ଏହି ମହାନ୍ ଦିନରେ ସାରା ଦେଶ ତ୍ରିରଙ୍ଗାର ରଙ୍ଗରେ ରଙ୍ଗୀନ ହେଇ ଉଠିଛି। ୭୯ ତମ ସ୍ଵାଧୀନତା ଦିବସକୁ ନେଇ ପିଲାଠୁ ବୁଢ଼ା ସମସ୍ତ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି। ୭୮ ବର୍ଷ ପୂର୍ବେ ସ୍ୱାଧୀନତା ପାଇବା ଏକ ବଡ ଆହ୍ୱାନ ଥିଲା ସତ, କିନ୍ତୁ ତା’ଠାରୁ ବଡ ଏବଂ ପ୍ରକୃତ ଆହ୍ୱାନ ହେଉଛି ଭାରତର ଏହି ସ୍ୱାଧୀନତାକୁ ବଜାୟ ରଖିବା ଏବଂ ଗଣତନ୍ତ୍ରର ଉନ୍ନତି କରିବା ତଥା ଗଣତାନ୍ତ୍ରିକ ପରିବେଶକୁ ବଜାୟ ରଖିବା।ଏହି କ୍ଷେତ୍ରରେ ଲକ୍ଷ୍ମୀପୁର ବ୍ଲକରେ ଆଜି ୭୯ ତମ ସ୍ବାଧିନତା ଦିବସ ପାଳନ ହୋଇ ଯାଇଛି।
ଲକ୍ଷ୍ମୀପୁର ସାଙ୍ଗାନ୍ନା ହାଇସ୍କୁଲ ଠାରେ ବିଧାୟକ ପବିତ୍ର ସାଉନ୍ତା ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷା ଶୁଆଇ କୁଲେସିକା ପତାକା ଉତ୍ତୋଳନ କରି ଥିଲା ବେଳେ ୟୁଏନ ରାଜୁ ବାଳିକା ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ମନ୍ଦିର ଠାରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ।ସେହିପରି ଲ୍ୟାମ୍ପ କାର୍ଯ୍ୟାଳୟ ଠାରେ ସଭାପତି ରାଧେଶ୍ୟାମ ଯାନୀ, ଲକ୍ଷ୍ମୀପୁର ପୋଲିସ ଷ୍ଟେସନ ରେ ଏସଡ଼ିପିଓ ମନୋଜ ବେହେରା,ତହସିଲ କାର୍ଯ୍ୟାଳୟରେ ତହସିଲଦାର ନୈବେଦ୍ୟ ଭୋଇ ପତାକା ଉତ୍ତଳନ କରି ସ୍ୱାଧୀନତା ସଂଗ୍ରାମୀଙ୍କ ଉଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବ୍ଲକରେ ଥିବା ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ନେଇ ପତାକା ଉତ୍ତୋଳନ କରାଯାଇଥିଲା।
ସ୍ଥାନୀୟ ମହା ବିଦ୍ୟାଳୟ, କୋର୍ଟ,ଅବକାରୀ ବିଭାଗ,ବନ ବିଭାଗ,ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର,ପୂର୍ତ୍ତ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ,ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ,କୃଷି ବିଭାଗ କାର୍ଯ୍ୟାଳୟ,ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ, ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ,ଏକ୍ସସିଶି ବ୍ୟାଙ୍କ୍,କେସିସି ବ୍ୟାଙ୍କ୍,ଇଣ୍ଡିଆନ ଓଭର ସିଜ୍ ବ୍ୟାଙ୍କ୍, ଷ୍ଟେଟ୍ ବ୍ୟାଙ୍କ୍ ଠାରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ ବ୍ଲକ ସଦର ରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ପତାକା ଉତ୍ତୋଳନ ସାରି ବଡ଼ ଉତ୍ସାହର ସହ ପ୍ୟାରେଡ ରେ ବାହାରି ବଜାର ମଝିରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତି ପାଖରେ ପହଞ୍ଚି ତିରଙ୍ଗା ପତାକାକୁ ସମ୍ମାନ ଜଣାଇଥିଲେ। ସାରା ଅଞ୍ଚଳ ତିରଙ୍ଗାର ରଙ୍ଗରେ ରଙ୍ଗୀନ ହୋଇ ଉଠିଥିବା ବେଳେ ଭାରତ ମାତାକି ଜୟ ଧ୍ବନିରେ ଅଞ୍ଚଳ କମ୍ପି ଉଠିଥିଲା।
